Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚନ୍ଦ୍ରବାବୁଙ୍କ ଘୋଷଣା: 'ଅମରାବତୀ' ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ

    Share on :
    ajab-Image
    Date: Apr 7, 2026    Views: 2964

    ନୂଆଦିଲ୍ଲୀ; 'ଅମରାବତୀ' ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ଏହି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀକୁ ନେଇ ଦୀର୍ଘ ଦିନ ଧରି ରହିଥିବା ସସପେନ୍ସ ଶେଷରେ ଶେଷ ହୋଇଛି । ଏବେ ଏହା ନିଶ୍ଚିତ ହୋଇଛି ଯେ, ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ ହେବ ।
    ଅମରାବତୀକୁ ଆନ୍ଧ୍ର ପ୍ରଦେଶର ସ୍ଥାୟୀ ରାଜଧାନୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ସେମାନଙ୍କର ସରକାରୀ X ହ୍ୟାଣ୍ଡେଲରେ ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ବିଜ୍ଞପ୍ତି ସେୟାର କରି ଲେଖିଛନ୍ତି, "ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀ ।'' ସଂସଦର ସମ୍ପ୍ରତି ବଜେଟ ଅଧିବେଶନ ସମୟରେ, ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ (ସଂଶୋଧନ) ବିଲ୍, ୨୦୨୬, ଉଭୟ ଗୃହରେ ବହୁମତରେ ଗୃହୀତ ହୋଇଥିଲା । ଏବେ ଏହାରୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି ।
     ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ଲେଖିଛନ୍ତି, "ଆନ୍ଧ୍ରପ୍ରଦେଶର ଲୋକଙ୍କ ପକ୍ଷରୁ, ମୁଁ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ଆଇନ, ୨୦୨୬କୁ ଅନୁମୋଦନ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏହା ଆମର ରାଜଧାନୀ ପାଇବାର ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିଛି । ମୁଁ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସେମାନଙ୍କର ପ୍ରତିଶ୍ରୁତି ପାଳନ କରିବା ଏବଂ ଆମ ରାଜ୍ୟକୁ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ମଧ୍ୟ କୃତଜ୍ଞତା ଜଣାଉଛି ।"

    ଅମରାବତୀର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ- ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି-ଏନଡିଏ ସରକାରଙ୍କ ଏହି ପଦକ୍ଷେପକୁ ଅମରାବତୀର ଭବିଷ୍ୟତ ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି । ଯେତେବେଳେ ଆନ୍ଧ୍ର ପ୍ରଦେଶ ବିଭାଜିତ ହୋଇଥିଲା, ଚନ୍ଦ୍ରବାବୁ ନାଇଡୁ ଏହାକୁ ରାଜ୍ୟର ନୂତନ ପ୍ରଶାସନିକ ଏବଂ ରାଜନୈତିକ କେନ୍ଦ୍ର କରିବାକୁ ଯୋଜନା କରିଥିଲେ । ଏବେ ଏହା ସ୍ପଷ୍ଟ ଯେ, ରାଜ୍ୟର କେବଳ ଗୋଟିଏ ରାଜଧାନୀ ରହିବ, ଏବଂ ତାହା ଅମରାବତୀ ହେବ । ଏହି ନିଷ୍ପତ୍ତିକୁ ପ୍ରଶାସନିକ ସ୍ପଷ୍ଟତା ଏବଂ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook