Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପୁରସ୍କାର ରାଶିରେ କୋଟିପତି ହେଲେ ଭାରତୀୟ ଖେଳାଳି

    Share on :
    ajab-Image
    Date: Mar 10, 2025    Views: 3155

    ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ୍‌ ଇଣ୍ଡିଆ ଚମ୍ପିଆନ ହୋଇଥିବା ବେଳେ ନ୍ୟୁଜିଲାଣ୍ଡକୁ ରନର୍ସଅପ୍ ଟାଇଟଲରେ ସନ୍ତୁଷ୍ଟ ହେବାକୁ ପଡିଛି । ଗତକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବ୍ଲାକ କ୍ୟାପ୍ସକୁ ୪ ଓ୍ବିକେଟରେ ପରାସ୍ତ କରି ଟ୍ରଫି ଛଡାଇ ଆଣିଥିଲା ମେନ ଇନ ବ୍ଲୁ । ଐତିହାସିକ ବିଜୟ ପରେ ଭାରତୀୟ ଦଳ ଉପରେ ଟଙ୍କା ବର୍ଷା ହୋଇଛି । ସେହିପରି ଉପବିଜେତା ଦଳ ମଧ୍ୟ କୋଟି କୋଟି ଟଙ୍କା ପୁରସ୍କାର ପାଇଛନ୍ତି । ନଜର ପକାନ୍ତୁ କେଉଁ ଦଳକୁ ମିଳିଲା କେତେ ?

    ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ହାତେଇବା ପରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ବିଜୟୀ ହେବା ପରେ ଦଳକୁ କୋଟି କୋଟି ଟଙ୍କା ପୁରସ୍କାର ରାଶି ମିଳିଛି । ଆଇସିସି ଟିମ୍ ଇଣ୍ଡିଆକୁ ୧୯.୪୫ କୋଟି ଟଙ୍କାର ପୁରସ୍କାର ରାଶି ଦେଇଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟ୍ରଫି ପ୍ରଦାନ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ପୁରସ୍କାର ରାଶି ଚେକ୍ ପ୍ରଦାନ କରାଯାଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook