Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଚାମ୍ପିଅନ୍ସ ଟ୍ରଫି: ଆଜି ଫାଇନାଲ

    Share on :
    ajab-Image
    Date: Mar 9, 2025    Views: 6421

    ଦୁବାଇ: ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲା । ସୁପର ସନଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନବମ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରାଣ୍ଡ ଫାଇନାଲ୍‌ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ ଉଭୟ ଦଳ । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।ଭାରତୀୟ ଦଳରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ମହମ୍ମଦ୍‌ ସାମିଙ୍କ ଲାଗି ଏହା ଶେଷ ଚାମ୍ପିଅନ୍ସ ଟ୍ରଫି ହୋଇପାରେ। ଏଣୁ ଏମାନେ ଭାରତକୁ ଟାଇଟଲ ଜିତାଇବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିବେ। ତେବେ ନ୍ୟୁଜିଲାଣ୍ଡର ବାମହାତୀ କ୍ୱାଲିଟି ସ୍ପିନର ଅଧିନାୟକ ମିଚେଲ ସାଣ୍ଟନର, କେନ୍‌ ୱିଲିୟମ୍‌ସନ୍‌ ଓ ରଚିନ ରବୀନ୍ଦ୍ର ଭାରତ ପାଇଁ ଘାତକ ସାଜିପାରନ୍ତି। ଦୁବାଇର ଏହି ଧିମା ପିଚ୍‌ରେ ସ୍ପିନର୍‌ମାନେ ହିଁ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କ୍ରିକେଟ ବିଶାରଦମାନେ ଆକଳନ କରୁଛନ୍ତି।
    ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଖେଳିଛି। ଦଳର ବୋଲିଂରେ ସନ୍ତୁଳନ ରହିବା, ୪ଜଣିଆ ସ୍ପିନରଙ୍କୁ ପିଚ୍‌ରୁ ଫାଇଦା ମିଳିବା ଓ ଶକ୍ତିଶାଳୀ ଟପ୍‌ ଅର୍ଡର ବ୍ୟାଟିଂ ଦଳକୁ ପ୍ରାଧାନ୍ୟ ବିସ୍ତାର କରିବାରେ ବେଶ ସହାୟକ ହୋଇଛି। ଲିଗ୍‌ ପର୍ୟ୍ୟାୟରେ ଦଳ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ସହଜରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିରେ ବିଶ୍ୱଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିବାରେ ଭାରତକୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ି ନ ଥିଲା। ଅନ୍ୟପକ୍ଷରେ ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସର୍ବଦା ଭଲ ଖେଳିଆସିଛି। ଏଠାରେ ଦଳ ଭିନ୍ନ ରାସ୍ତା ଦେଇ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ଏହି ଦଳ ପାକିସ୍ତାନ ଓ ବାଂଲାଦେଶକୁ ହରାଇବା ପରେ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ନିକଟରୁ ପରାଜିତ ହୋଇଥିଲା। ସେମିଫାଇନାଲରେ ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକାକୁ ହାଇସ୍କୋରିଂ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପୁଣିଥରେ ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଯେଉଁ ସ୍ୱପ୍ନ ଦେଖିଛି ତାହାକୁ ଫସର ଫଟାଇବା ଲାଗି ନ୍ୟୁଜିଲାଣ୍ଡ ଯୋଜନା କରିଛି।

    Maximum 500 characters

    ଖେଳ ଖବର View all

    Find Us on Facebook