Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚାମେଲି ଓଝା ଘଟଣା; ରିପୋର୍ଟ ଆସିଲେ ଆକ୍ସନ- ଆଇନମନ୍ତ୍ରୀ

    Share on :
    ajab-Image
    Date: Jun 15, 2026    Views: 3011

    ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଯେଉଁ ଘଟଣା ଘଟିଛି, ରାଜ୍ୟ ସରକାର ସେ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି । ସ୍ଥାନୀୟ ଏସପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣାପଡିବ । କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚାମେଲି ଓଝା ଘଟଣାରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଇନମନ୍ତ୍ରୀ ।

    କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ସହ ଘଟିଥିବା ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି ସମ୍ପୂର୍ଣ୍ଣ ମାମଲାକୁ ରାଜ୍ୟ ସରକାର ଅତି ଗମ୍ଭୀରତାର ସହ ନେଇଥିବା ବେଳେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଆଇନମନ୍ତ୍ରୀ l

    କେନ୍ଦ୍ରାପଡ଼ା ସରପଞ୍ଚ ଘଟଣାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ତାଙ୍କୁ ନେଇ ଯେଉଁ ଖବର ଆସୁଛି ସେଥିରେ ସରକାର୍ ଅବଗତ ଅଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ କିଏ ସମ୍ପୃକ୍ତ କାହାର ଦୋଷ ଅଛି ସ୍ପଷ୍ଟତା ଆସିବ । କୌଣସି ଘଟଣା ଘଟିଲେ ତାକୁ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ । ଏହାକୁ ନେଇ ଏବେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ । ରିପୋର୍ଟ ଆସିଲେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ।

    ଏହି ବିବାଦୀୟ ମାମଲାର ପ୍ରକୃତ ସତ୍ୟାସତ୍ୟ ପରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସରକାର ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଠାରୁ ସବିଶେଷ ରିପୋର୍ଟ ତଲବ କରିଛନ୍ତି । କେନ୍ଦ୍ରାପଡ଼ା ଏସପିଙ୍କୁ ଏହି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ଏହି ଘଟଣାରେ ଯେଉଁମାନଙ୍କର ବି ସଂପୃକ୍ତି ଥିବ, ସେମାନଙ୍କ ବିରୋଧରେ ନିରପେକ୍ଷ ଭାବେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l


    "ଯେକୌଣସି ସମ୍ବେଦନଶୀଳ ଘଟଣା ଘଟିଲେ ତାହାକୁ ରାଜନୈତିକ ରଙ୍ଗ ଦେବା ବିରୋଧୀଙ୍କର ଏକ ପ୍ରକୃତି । ତେଣୁ ଏହି ସମୟରେ କୌଣସି ଆଧାରହୀନ ଟିପ୍ପଣୀ ଦେବା ଆଦୌ ଉଚିତ୍ ନୁହେଁ । ସରକାରୀ ସ୍ତରରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ, ପୋଲିସର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯିବ," ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

    Maximum 500 characters

    ରାଜନୀତି View all

    Find Us on Facebook