Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆମରଣ ଅନଶନରେ ବସିଲେ ଚାମେଲି ଓଝା

    Share on :
    ajab-Image
    Date: Jul 13, 2026    Views: 3358

    ମହାକାଳପଡ଼ା : ଲୋୟର ପିଏମଜିରେ ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନ୍ୟାୟ ଦାବିରେ ଧାରଣା । ନିଜର ଦୁଇଟି ମୁଖ୍ୟ ଦାବି ପୂରଣ ପାଇଁ ସେ ଏହି ଧାରଣା ଦେଇଛନ୍ତି । ସେ ବିଶେଷ କରି ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଏବଂ ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

    ପ୍ରକାଶ ଥାଉ କି, ଚାମେଲି ଓଝା ସରପଞ୍ଚ ଉନ୍ନୟନ କାର୍ଯ୍ୟ ବିଷୟରେ ବିଡିଓଙ୍କ ସହିତ ଆଲୋଚନା କରିବାକୁ ଆସିଥିବାବେଳେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ କିଛି ଲୋକ ଚାମେଲିଙ୍କ ମୋବାଇଲ ଛଡ଼ାଇବା ସହିତ ଗାଳିଗୁଲଜ କରିଥିଲେ  । ବିଡିଓ ଅଫିସ୍‌ରେ ତାଙ୍କ ଉପରେ  ଆକ୍ରମଣ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook