Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍

    Share on :
    ajab-Image
    Date: Jun 17, 2026    Views: 2913

    କେନ୍ଦ୍ରାପଡ଼ା : ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ । ସୋମବାର କେନ୍ଦ୍ରାପଡ଼ା ଏସଜିଜେଏମ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପୋଲିସକୁ ଆକ୍ରମଣ ଘଟଣାରେ ତାଙ୍କୁ ଜାମିନ ମିଳିଛି। ଦୁଇ ଜାମିନଦାର ଏବଂ ୩୦ ହଜାର ଟଙ୍କାରେ ଚାମେଲିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି।

    ମହାକାଳପଡ଼ା ଥାନା ଏସ୍ଆଇଙ୍କ ଅଭିଯୋଗକ୍ରମେ ଗତ ୧୩ତାରିଖରେ ଚାମେଲିଙ୍କୁ ଗିରଫ କରାଯାଇଥିଲା। ଏସ୍ଆଇ ଅଭିଯୋଗ କରିଥିଲେ ଯେ ଗାଡ଼ିରେ ଚାମେଲିଙ୍କୁ ଥାନାକୁ ଅଣାଯାଉଥିବା ବେଳେ ସେ ତାଙ୍କ ହାତକୁ କାମୁଡ଼ି ଦେବା ସହିତ ଅନ୍ୟ ଦୁଇ ମହିଳା ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଥିଲେ। ଚାମେଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାରେ ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା। ସେ ଅସୁସ୍ଥ ଥିବାରୁ ବାରିମୂଳ ଜେଲ କର୍ତ୍ତୃପକ୍ଷ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ସେବେଠୁ ଚାମେଲି ମେଡିକାଲ୍ର ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ମହାକାଳପଡ଼ା ବିଡିଓଙ୍କ ଅଭିଯୋଗ ଆଧାରରେ ପୁଲିସ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କ ଗିରଫ କରିଥିଲା। ଏହି ମାମଲାରେ ମଧ୍ୟ ଚାମେଲି ଅଭିଯୁକ୍ତ ଅଛନ୍ତି।

    ସେହିପରି ଘଟଣାର ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଘଟଣାର ସଠିକ୍ ତଦନ୍ତ କରି ୧୫ ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ, ୨ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook