Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚାଖି ଖୁଣ୍ଟିଆଙ୍କ ସ୍ମୃତିରେ ମାଲ୍ୟାର୍ପଣ

    Share on :
    ajab-Image
    Date: Jan 21, 2026    Views: 3045

    ଭୁବନେଶ୍ୱର:ଇଂରେଜ ଶାସନର ଅନ୍ୟାୟ, ଶୋଷଣ ଓ ଦମନମୂଳକ ନୀତି ବିରୋଧରେ ଓଡ଼ିଶାର ମାଟିରୁ ଯେଉଁ ସ୍ୱାଧୀନତା ସଂଗ୍ରାମର ଜ୍ୱାଳା ଉତ୍ପନ୍ନ ହୋଇଥିଲା, ସେହି ସଂଗ୍ରାମର ଅଗ୍ରଣୀ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହାଜୁରୀ ବା ଚାଖି ଖୁଣ୍ଟିଆ । ଜଗନ୍ନାଥ ମହାପ୍ରଭୁଙ୍କ ସେବାକୁ କେନ୍ଦ୍ର କରି ସାଧାରଣ ଲୋକଙ୍କୁ ଏକତ୍ରିତ କରି ଇଂରେଜ ଶାସନ ବିରୋଧରେ ସେ ଯେଉଁ ସଚେତନତା ଓ ସଂଗଠନ ଗଢ଼ି ତୋଳିଥିଲେ, ତାହା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଗୌରବମୟ ଅଧ୍ୟାୟ । 

     ସେହି ମହାନ ବରପୁତ୍ରଙ୍କ ସ୍ମୃତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଚନ୍ଦନ ହାଜୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅଦ୍ୱିତୀୟ ଦେଶପ୍ରେମ, ବଳିଦାନ ଓ ସଂଗ୍ରାମମୟ ଜୀବନକୁ ସ୍ମରଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ,  ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସହ ଉପସ୍ଥିତ ବ୍ୟକ୍ତିବିଶେଷମାନେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚନ୍ଦନ ହାଜୁରୀଙ୍କ ଦେଶପ୍ରେମ, ଆତ୍ମବଳିଦାନ ଓ ଜନସାଧାରଣଙ୍କୁ ସଂଗଠିତ କରିବାର ଆଦର୍ଶ ଆଗାମୀ ପିଢ଼ି ପାଇଁ ସଦା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook