Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ରେନ ଚେନ ଟାଣି ଓହ୍ଲାଇଗଲେ ପ୍ରବାସୀ

    Share on :
    ajab-Image
    Date: May 23, 2020    Views: 3223

    ବାଲୁଗାଁ: କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାକେଲରେ ତ  କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି । 

    ତେବେ  ଏହାରି ଭିତରେ  ଟ୍ରେନରେ ଫେରୁଥିବା ବେଳେ କିଛି ପ୍ରବାସୀ ଟ୍ରେନ ଚେନ ଟାଣି  ଓହ୍ଲାଇ ପଡ଼ିବା ଭଳି  ଏକ ଅଭାବନୀୟ ଘଟଣା ଘଟିଛି ।  ଜଣେ କି ୨ ଜଣ ନୁହେଁ ଏକାବେଳେ  ୪୦୦ରୁ ଅଧିକ ପ୍ରବାସୀ ଟ୍ରେନ ଚେନ ଟାଣି ଓହ୍ଲାଇ ପଡ଼ିଥିଲେ ।  ବ୍ରହ୍ମପୁରରୁ ଭଦ୍ରକ ଯିବା ବେଳେ ସମ୍ପୃକ୍ତ ପ୍ରବାସୀମାନେ ଚିଲିକା ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ ।  ତେବେ ଜିଆରପି  ପକ୍ଷରୁ ଷ୍ଟେସନରେ ସମସ୍ତଙ୍କୁ  ଅଟକ ରଖି ପ୍ରଶାସନକୁ ଖବର ଦିଆଯାଇଥିଲା ।  ଉକ୍ତ ଟ୍ରେନଟି ଆନ୍ଧ୍ରପ୍ରଦେଶର ନୁମ୍ବରରୁ ପ୍ରବାସୀମାନଙ୍କୁ ଧରି ଭଦ୍ରକ ଆସୁଥିଲା ।  ବ୍ରହ୍ମପୁରରେ କିଛି ପ୍ରବାସୀ ଓହ୍ଲାଇବା ପରେ ଅନ୍ୟମାନଙ୍କୁ ଧରି ଭଦ୍ରକ ଆସୁଥିଲା । 

    Maximum 500 characters

    ତାଜା ଖବର View all

    Find Us on Facebook