Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରେଳବାଇ ଲଗାଇବ ‘କୋଭିଡ ସର୍ଭିଲାନ୍ସ’ କ୍ୟାମେରା

    Share on :
    ajab-Image
    Date: Jun 27, 2020    Views: 2670

    ନୂଆଦିଲ୍ଲୀ: କରୋନା ଲଢେ଼ଇରେ ଭାରତୀୟ ରେଳ ଟେକ୍ନୋଲୋଜିର ସହାୟତା ନେଇ ଆସୁଛି । ଏଥିରେ ଏହା ସଫଳ ମଧ୍ୟ ହୋଇଛି । ଏବେ ରେଲୱେ ଆଉ ଏକ ବଡ଼ ଟେକ୍ନୋଲୋଜିକୁ ଗ୍ରହଣ କରିଛି । ଏହା ଅନ୍ତର୍ଗତ ଷ୍ଟେସନ ଗୁଡ଼ିକରେ କୃତି୍ରମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି)ରେ ଚାଳିତ ‘କୋଭିଡ ସର୍ଭିଲାନ୍ସ’ କ୍ୟାମେରା ଲଗାଯିବ । ଷ୍ଟେସନ ଭିତରକୁ ପଶୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର ତାପମାତ୍ରା ଏହା ମାପିଦେବ । କେଉଁ ଯାତ୍ରୀ ମାସ୍କ ପିନ୍ଧିଛନ୍ତି କି ନାହାନ୍ତି ତାହା ଏହା ଚିହ୍ନଟ କରିବ । ରେଲଟେଲ ଏଭଳି ୮୦୦ଟି କ୍ୟାମେରା କିଣିବା ପାଇଁ ଟେଣ୍ଡର ଜାରି କରିଛି ।
    ସୂତ୍ରରୁ ଜଣାଯାଇଛି, ମୁମ୍ବାଇ ଜୋନ ରେଲୱେ ପ୍ରଥମେ ଏଭଳି କ୍ୟାମେରା କିଣିଛି ଏବଂ ଅନ୍ୟ ଜୋନ ଗୁଡ଼ିକ ପାଇଁ କ୍ୟାମେରା କିଣିବା ଲାଗି ଟେଣ୍ଡର ଜାରି କରାଯାଇଛି । ପ୍ରକାଶ ଯୋଗ୍ୟ କରୋନା ଯୋଗୁଁ ମାର୍ଚ୍ଚ ୨୫ ରୁ ମେ ୩୧ ପର୍ଯ୍ୟନ୍ତ ଦେଶର ସମ୍ପୂର୍ଣ୍ଣ ଲକଡାଉନ ଥିଲା । ଜୁନରେ ଏହାକୁ କୋହଳ କରାଯାଇଛି । ତଥାପି ଅତି ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଉଛି । ବର୍ତ୍ତମାନ ପରିସ୍ଥିତି ଯେପରି ରହିଛି ଥର୍ମାଲ କ୍ୟାମେରାରେ ଆବଶ୍ୟକତା ପଡୁଛି । ଏହା ସାହାଯ୍ୟରେ ସାର୍ବଜନୀନ ସ୍ଥାନରେ ଉକ୍ତ ଲୋକମାନଙ୍କୁ ଚିହ୍ନଟ କରାଯାଇପାରିବ ଯେଉଁମାନଙ୍କ ମଧ୍ୟରେ କରୋନା ଲକ୍ଷଣ ରହିଛି । କିନ୍ତୁ ଭିନ୍ନ ଭିନ୍ନ ଜୋନରେ ରେଳବାଇ ତରଫରୁ ‘ବ୍ଲାକ ବଡ଼ି’ ଟେମ୍ପରେଚର ବୈଶିଷ୍ଟ୍ୟଯୁକ୍ତ ଏବଂ ଏହି ବୈଶିଷ୍ଟ୍ୟ ନଥିବା କ୍ୟାମେରା କିଣାଯାଇଛି । ‘ବ୍ଲାକ ବଡ଼ି’ ଟେମ୍ପରେଚର ଏଭଳି ଏକ ବୈଶିଷ୍ଟ୍ୟ ଯାହାକି ଫଟୋ ଦେଖି ସଠିକ୍ ତାପମାତ୍ରା ମାପିପାରିବେ । ରେଳବାଇ ଅଧିକାରୀମାନଙ୍କ କହିବାନୁସାରେ ଉଭୟ କ୍ୟାମେରା କାର୍ଯ୍ୟରେ ଲାଗିବ । ଏହି କ୍ୟାମେରା ଗୁଡ଼ିକର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ । ବର୍ତ୍ତମାନ ଦେଶର କରୋନା ପରିସ୍ଥିତି ଅତି ଭୟଙ୍କର ଆଡ଼କୁ ଗତି କରୁଛି । ଲୋକଙ୍କ ମଧ୍ୟରେ ସଂକ୍ରମଣ ଭୟ ତେଜିବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବହୁଗୁଣିତ ହେଉଛି ।

    Maximum 500 characters

    ବିଶେଷ View all

    Find Us on Facebook