Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ସିଇସିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ନୋଟିସ

    Share on :
    ajab-Image
    Date: Mar 13, 2026    Views: 2995

    ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦରୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳ ବର୍ତ୍ତମାନ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ସଂସଦର ଉଭୟ ଗୃହରେ ଏ ସଂକ୍ରାନ୍ତ ମହାଅଭିଯୋଗ ପ୍ରସ୍ତାବ ଆଗତ ହେବ ବୋଲି ଜଣାପଡିଛି। ଇତିମଧ୍ୟରେ ଲୋକସଭାର ୧୩୦ ଏବଂ ରାଜ୍ୟସଭାର ୬୩ ଜଣ ସାଂସଦ ମହାଅଭିଯୋଗ ପ୍ରସ୍ତାବରେ ସ୍ବାକ୍ଷର କରିଥିବା ଜଣାପଡିଛି। ନିୟମ ଅନୁଯାୟୀ ସିଇସିଙ୍କୁ ବହିଷ୍କାର କରିବାକୁ ଲୋକସଭାରେ ଅତିକମରେ ୧୦୦ ଏବଂ ରାଜ୍ୟସଭାରେ ୫୦ ଜଣ ସାଂସଦ ଦସ୍ତଖତ କରିବା ଜରୁରୀ। ପ୍ରସ୍ତାବରେ ଜ୍ଞାନେଶ କୁମାରଙ୍କ ବିରୋଧରେ ସାତଟି ଅଭିଯୋଗ ଆଗତ କରାଯାଇଛି। ନିରପେକ୍ଷ ଭାବେ କାର୍ୟ୍ୟ ନ କରି ଜ୍ଞାନେଶ ନିର୍ଦିଷ୍ଟ ରାଜନୈତିକ ଦଳର ଇଙ୍ଗିତରେ କାର୍ୟ୍ୟ କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା (ଏସଆଇଆର) କାର୍ୟ୍ୟ ଚାଲିଥିବାବେଳେ ଜ୍ଞାନେଶ କୁମାରଙ୍କ ଭୂମିକା ନେଇ ବିରୋଧୀ ଦଳଗୁଡିକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାର ଏସଆଇଆର ଏବଂ ଇସିଙ୍କ ଭୂମିକାକୁ ପ୍ରତିବାଦ କରି ଇତିମଧ୍ୟରେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିସାରିଛନ୍ତି। ଇଣ୍ଡି ମେଣ୍ଟର ପ୍ରାୟ ସବୁ ଦଳ ପ୍ରସ୍ତାବରେ ସ୍ବାକ୍ଷର କରିଛନ୍ତି। ଇଣ୍ଡି ମେଣ୍ଟରୁ ଓହରି ଯାଇଥିବା ସତ୍ତ୍ବେ ଅରବିନ୍ଦ କେଜରିୱାଲଙ୍କ ଆପ୍‌ ମଧ୍ୟ ପ୍ରସ୍ତାବରେ ସ୍ବାକ୍ଷର କରିଥିବା ପ୍ରକାଶ। ନିୟମ ଅନୁଯାୟୀ ଉଭୟ ଗୃହରେ ପ୍ରସ୍ତାବ ଗୃହୀତ ହେବାପରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ମିଳିତଭାବେ ଏକ କମିଟି ଗଠନ କରିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook