Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶୌଚାଳୟରେ କ୍ୟାମେରା

    Share on :
    ajab-Image
    Date: Sep 23, 2022    Views: 2422

    ଚୀନରେ ଏକ ବଡ କମ୍ପାନୀ ନେଇଥିବା ପଦକ୍ଷେପ ଏବେ ସବୁଠି ଚର୍ଚ୍ଚା ହେଉଛି । କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କଲେଣି ହେଲେ ତାଙ୍କ କଥା ଶୁଣିବ କିଏ । ଲିଥିୟମ ବ୍ୟାରେଟି ତିଆରି କରୁଥିବା  ଏହି କମ୍ପାନୀ ଶୌଚାଳୟରେ କ୍ୟାମେରା ଲଗାଇଛି । କଥା ଯେତେବେଳେ ପଦାକୁ ଆସିଲା ଓ ଅଭିଯୋଗ ବଢିଲା, ସ୍ଥାନୀୟ ପୁଲିସ ପଚରାଉଚରା କଲା । ସତକୁସତ ପୁଲିସ ଦେଖିବା ପରେ ଜଣାପଡିଲା, ଶୌଚାଳୟରେ କ୍ୟାମରା ଲାଗିଛି । କମ୍ପାନୀ ମୁଖ୍ୟ  ସଫେଇ ଦେଲେ  କର୍ମଚାରୀ ମାନେ ସିଗାରେଟ  ପିଉଥିବାରୁ ସେଠି କ୍ୟାମେରା ଲଗାଇ ଯାଞ୍ଚ କରୁଛନ୍ତି ।  କର୍ମଚାରୀମାନେ ମାଲିକର ଏଭଳି ନୀତିନିୟମରେ ଅତିଷ୍ଠ ହୋଇଗଲେଣି । କେତେଜଣ ଗଲା କିଛି ମାସରେ ଚାକିରି ମଧ୍ୟ ଛାଡିଛନ୍ତି । ହେଲେ କମ୍ପାନୀ ମୁଖ୍ୟଙ୍କ ଚିନ୍ତା ନାହିଁ । ସେ ନିଜ ଜିଦରେ ଅଟଳ ।

    Maximum 500 characters

    ବିଶେଷ View all

    Find Us on Facebook