Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ: ଜୁନ୍‌ ୧ରୁ ଖୋଲିବ ରି-ଭାଲ୍ୟୁଏଶନ୍‌ ପୋର୍ଟାଲ

    Share on :
    ajab-Image
    Date: May 30, 2026    Views: 2495

    ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହି ପ୍ରକ୍ରିୟା ମେ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ, ବର୍ତ୍ତମାନ ଏହି ଆବେଦନ ପୋର୍ଟାଲ ଜୁନ ୧ରୁ ଲାଇଭ୍‌ ହେବ ବୋଲି ବୋର୍ଡ ସ୍ପଷ୍ଟ କରିଛି। ସ୍ବଚ୍ଛତା ଏବଂ ବୈଷୟିକ ତ୍ରୁଟିଶୂନ୍ୟ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

    ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ:

    ୧. ଅଫିସିଆଲ ୱେବସାଇଟ୍‌କୁ ଯାଆନ୍ତୁ:
    ସର୍ବପ୍ରଥମେ ସିବିଏସ୍‌ଇ (CBSE)ର ଅଫିସିଆଲ ୱେବସାଇଟ୍‌କୁ ଭିଜିଟ କରନ୍ତୁ।
    ୨. ସେକ୍ସନ ଚୟନ କରନ୍ତୁ:
    ହୋମପେଜ୍‌ରେ ଥିବା ‘Post Result Services’ କିମ୍ବା ‘Verification and Re-evaluation’ ସେକ୍ସନ ଉପରେ କ୍ଲିକ କରନ୍ତୁ।
    ୩. ଲଗ୍‌ଇନ୍‌ କରନ୍ତୁ:
    ଆପଣଙ୍କର ରୋଲ ନମ୍ବର (Roll Number) ଏବଂ ଆଡମିଟ୍‌ କାର୍ଡ ଆଇଡି (Admit Card ID) ଦେଇ ଲଗ୍‌ଇନ୍‌ କରନ୍ତୁ। ତେବେ କେବଳ ସେହି ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ, ଯେଉଁମାନେ ପୂର୍ବରୁ ନିଜ ଉତ୍ତରଖାତାର ସ୍କାନ କପି/ଫଟୋକପି ପାଇଁ ଆବେଦନ କରିସାରିଛନ୍ତି।
    ୪. ଆବେଦନ ପ୍ରକାର ଓ ବିଷୟ ବାଛନ୍ତୁ:
    ଆପଣ ମାର୍କ ଭେରିଫିକେସନ କିମ୍ବା ରି-ଇଭାଲ୍ୟୁଏସନ କେଉଁଟି ଚାହୁଁଛନ୍ତି ତାହା ବାଛନ୍ତୁ। ଏହାପରେ ସମ୍ପୃକ୍ତ ବିଷୟ ଏବଂ ଯେଉଁ ପ୍ରଶ୍ନଗୁଡ଼ିକର ସମୀକ୍ଷା ଚାହୁଁଛନ୍ତି, ସେହି ନିର୍ଦ୍ଧିଷ୍ଟ ପ୍ରଶ୍ନ ନମ୍ବରଗୁଡ଼ିକୁ ସିଲେକ୍ଟ କରନ୍ତୁ।
    ୫. ଫିସ ପୈଠ ଓ ସବମିଟ୍‌:
    ସମସ୍ତ ସୂଚନା ଯାଞ୍ଚ କରିବା ପରେ ନିର୍ଦ୍ଧାରିତ ଫିସ୍‌ ଅନ୍‌ଲାଇନ ମାଧ୍ୟମରେ ପେମେଣ୍ଟ କରନ୍ତୁ। ଆପ୍ଲିକେସନ ସବ୍‌ମିଟ୍‌ କରିବା ପରେ କନଫର୍ମେଶନ ପେଜ୍‌ରୁ ଡାଉନଲୋଡ୍‌ କରି ନିଜ ପାଖରେ ସୁରକ୍ଷିତ ରଖନ୍ତୁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook