Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏତିକି ୭୫% ପ୍ରତିଶତ ଉପସ୍ଥାପନ, ୨ ବର୍ଷ ଅଧ୍ୟୟନ ବାଧ୍ୟତାମୂଳକ: ସିବିଏସ୍‌ଇ

    Share on :
    ajab-Image
    Date: Sep 16, 2025    Views: 3797

    ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ସିବିଏସ୍‌ଇ) ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନୂଆ ନିର୍ଦ୍ଦେଶିକା ଜାରି କରିଛି।ନୂଆ ନିୟମ ଅନୁସାରେ, ପରୀକ୍ଷାରେ ବସିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିକମ୍‌ ୭୫% ହାଜର ଓ ଦୁଇ ବର୍ଷର ଅଧ୍ୟୟନ କାର୍ୟ୍ୟକ୍ରମ ସମ୍ପୂର୍ଣ୍ଣ କରିବା ବାଧ୍ୟତାମୂଳକ। ସିବିଏସ୍‌ଇ ସ୍ପଷ୍ଟ କରିଛି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଦୁଇ ବର୍ଷର କାର୍ୟ୍ୟକ୍ରମ ଭାବେ ଗଣାଯିବ, ଯଥାକ୍ରମେ ୯ମ-୧୦ମ ଓ ଏକାଦଶ-ଦ୍ୱାଦଶ ଶ୍ରେଣୀ। ଛାତ୍ରଛାତ୍ରୀଙ୍କୁ ସମସ୍ତ ବିଷୟ ପୂରା ଅବଧି ପାଇଁ ଅଧ୍ୟୟନ କରିବାକୁ ହେବ। ଏହା ସହିତ ଆଭ୍ୟନ୍ତରୀଣ ମୂଲ୍ୟାୟନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ନିୟମିତ ହାଜର ନହେଉଥିବା ଛାତ୍ରଛାତ୍ରୀଙ୍କର ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବ ନାହିଁ ଏବଂ ସେମାନେ ‘ଏସେନ୍‌ସିଆଲ ରିପିଟ୍‌’ ଶ୍ରେଣୀରେ ରହିବେ, ଯଦିଓ ସେମାନେ ନିୟମିତ ଛାତ୍ର ଭାବେ ନାମ ଲେଖାଇଥାନ୍ତି।ଅତିରିକ୍ତ ବିଷୟ ସଂପର୍କରେ ସିବିଏସ୍‌ଇ କହିଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଞ୍ଚଟି ବାଧ୍ୟତାମୂଳକ ବିଷୟ ବ୍ୟତୀତ ଦୁଇଟି ଅତିରିକ୍ତ ବିଷୟ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ଅତିରିକ୍ତ ବିଷୟ ନେଇପାରିବେ। ଏହି ବିଷୟଗୁଡ଼ିକ ମଧ୍ୟ ଦୁଇ ବର୍ଷ ପାଇଁ ଅଧ୍ୟୟନ କରିବାକୁ ହେବ।ସ୍କୁଲଗୁଡ଼ିକୁ କୌଣସି ବିଷୟ ପଢ଼ାଇବା ପାଇଁ ସିବିଏସ୍‌ଇର ପୂର୍ବ ଅନୁମୋଦନ ଓ ପର୍ୟ୍ୟାପ୍ତ ଭିତ୍ତିଭୂମି ଆବଶ୍ୟକ। ଅନୁମୋଦନ ବିନା କିମ୍ବା ସୁବିଧା ନଥିବା ସ୍କୁଲର ଛାତ୍ରଛାତ୍ରୀ ଏପରି ବିଷୟ ନେଇପାରିବେ ନାହିଁ। ‘କମ୍ପାର୍ଟମେଣ୍ଟ’ କିମ୍ବା ‘ଏସେନ୍‌ସିଆଲ ରିପିଟ୍‌’ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ସର୍ତ୍ତରେ ବ୍ୟକ୍ତିଗତ ପରୀକ୍ଷାର୍ଥୀ ଭାବେ ପୁନଃ ପରୀକ୍ଷା ଦେଇପାରିବେ।
    ସିବିଏସ୍‌ଇ ସ୍ପଷ୍ଟ କରିଛି ଯେ ଏହି ମାନଦଣ୍ଡ ପୂରଣ ନକରୁଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟରେ ବ୍ୟକ୍ତିଗତ ପରୀକ୍ଷାର୍ଥୀ ଭାବେ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ଏହି ଘୋଷଣା ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲମାନଙ୍କୁ ସିବିଏସ୍‌ଇ ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook