Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବାହାନଗା ଟ୍ରେନ୍‌ ଟ୍ରାଜେଡିର ତଦନ୍ତ କରିବ ସିବିଆଇ

    Share on :
    ajab-Image
    Date: Jun 5, 2023    Views: 3450

    ବାଲେଶ୍ବର: ବାହାନଗା ଟ୍ରେନ୍‌ ଟ୍ରାଜେଡିର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ । ଏ ନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳ ମନ୍ତ୍ରୀ କହିଛନ୍ତି, ‘ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । ଏ ନେଇ ରେଳ ବୋର୍ଡ ସିବିଆଇକୁ ସୁପାରିସ କରିଛି’।
    କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଏବଂ ଏଥିରେ କେଉଁମାନେ ଦାୟୀ ରହିଛନ୍ତି ସେ ନେଇ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ଦୁର୍ଘଟଣା ମନୁଷ୍ୟକୃତ ଥିଲା କିମ୍ବା ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କିଛି କାରଣ ରହିଛି ଏ ତମାମ୍‌ ଘଟଣାର ତଦନ୍ତ କରିବ ସିବିଆଇ । 

    ରବିବାର ଅପରାହ୍ନରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାର ପ୍ରକୃତ କାରଣ ବାବଦରେ ସ୍ପଷ୍ଟ କରିଥିଲେ । ମନ୍ତ୍ରୀ କହିଥିଲେ, ରେଲଓ୍ବେ ଇଣ୍ଟର ଲକିଂ ସିଷ୍ଟମ କାମ ନକରିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିଲା । ଏଥିପାଇଁ କିଏ ଦାୟୀ ତାହା ଜଣାପଡିଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।

    Maximum 500 characters

    ଘରକରଣ View all

    Find Us on Facebook