Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସିବିଆଇ ଜାଲରେକେନ୍ଦ୍ରୀୟ ଜିଏସଟି ଅଧିକାରୀ

    Share on :
    ajab-Image
    Date: May 9, 2026    Views: 3272

    ଭୁବନେଶ୍ୱର:  ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ଜଣେ ବ୍ୟକ୍ତିଙ୍କ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ କରାଇଦେବା ବାହାନାରେ ସେ ମୋଟା ଅଙ୍କର ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

    ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ୧୬ ଲକ୍ଷ ଟଙ୍କା ରିଫଣ୍ଡ ଦେବାକୁ ଥିବା ବେଳେ, ଏଥିପାଇଁ ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ରିଫଣ୍ଡ ଫାଇଲ୍ ଅଟକାଇ ଦେବାକୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

    ଯୋଜନା ମୁତାବକ, ଅଭିଯୋଗକାରୀ ଜଣକ ଆଜି ୫୦ ହଜାର ଟଙ୍କା ନେଇ ସୁପରିଟେଣ୍ଡେଣ୍ଟଙ୍କ ପାଖକୁ ଯାଇଥିଲେ। ଠିକ୍ ସେତିକି ବେଳେ ପୂର୍ବରୁ ଜାଲ ବିଛାଇ ବସିଥିବା CBI ଟିମ୍ ଚଢ଼ାଉ କରି ଓମ୍ ପ୍ରକାଶଙ୍କୁ  ଗିରଫ କରିଥିଲା। ସିବିଆଇ ବର୍ତ୍ତମାନ ଓମ୍ ପ୍ରକାଶଙ୍କ ଅଫିସ୍ ସମେତ ତାଙ୍କ ବାସଭବନରେ ମଧ୍ୟ ଖୋଳତାଡ଼ ଜାରି ରଖିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook