Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗରେ ପୁଣି ସରକାର ବିରୋଧୀ ମୁହାଁମୁହିଁ

    Share on :
    ajab-Image
    Date: Oct 3, 2023    Views: 3543

    କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମନରେଗା ଓ ଆବାସ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କଠାରୁ ବାକିଆ ଟଙ୍କା ଦାବି କରି ଆଜି ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରାଯାଇଛି। ତେଣେ ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ମନରେଗା ପାଣ୍ଠିକୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତା’ର ସିବିଆଇ ତଦନ୍ତ ଦାବି କରାଯାଇଛି। ବିଜେପି ନେତା ଶୁଭେନ୍ଦୁ କହିଛନ୍ତି, କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଦେଇଥିବା ପାଣ୍ଠିକୁ ନେଇ ବଡ଼ ଦୁର୍ନୀତି ହୋଇଛି। ଏଣୁ ଏହାର ସିବିଆଇ ତଦନ୍ତ କରିବାକୁ ସେ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ଶୁଭେନ୍ଦୁ କହିଛନ୍ତି, ତୃଣମୂଳ ସରକାର କେବଳ ନିଜର ପ୍ରଶାସନିକ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇ ନାହାନ୍ତି, ବରଂ ଭ୍ରଷ୍ଟାଚାରରେ ମଧ୍ୟ ଲିପ୍ତ ହୋଇଛନ୍ତି।

    ଆମେ ଗାନ୍ଧୀ ଜୟନ୍ତୀ ଅବସରରେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ନିଷ୍ପତ୍ତି ନେଇଛୁ। ଅଧିକାରୀଙ୍କ ବିରୋଧର ଜବାବ ଦେଇ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ ତାଙ୍କର ବିରୋଧ ପ୍ରଦର୍ଶନ ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ପକ୍ଷରୁ ଚେଷ୍ଟା କରାଯାଉଛି। ତୃଣମୂଳ ପ୍ରବକ୍ତା କୁନାଲ ଘୋଷ କହିଛନ୍ତି, ବିଜେପି ପୂରା ପ୍ରୟାସ କରି ମଧ୍ୟ ଆମକୁ ଅଟକାଇ ନ ପାରିବାରୁ ଏପରି ନିରାଧାର ଅଭିଯୋଗ କରି ଧ୍ୟାନ ହଟାଇବା ଭଳି ରଣନୀତିର ସାହାରା ନେଉଛି। ସେ କହିଛନ୍ତି ଯେ ତୃଣମୂଳ ନେତାମାନେ ରାଜଘାଟରେ ଏକାଠି ହେବେ ଏବଂ ମନରେଗା ଜବ୍ କାର୍ଡଧାରୀମାନଙ୍କର ଏକ ଶାନ୍ତିପୂର୍ଣ୍ଣ ରାଲି ହେବ। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ, ବର୍ତ୍ତମାନର ସରକାର ପୂର୍ବ ଉପା ସରକାର ତୁଳନାରେ ପଶ୍ଚିମବଙ୍ଗକୁ ଗ୍ରାମୀଣ ବିକାଶ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯଥେଷ୍ଟ ଅଧିକ ପାଣ୍ଠି ଦେଇଛି। ଏଣୁ ଗ୍ରାମୀଣ ବିକାଶ ଯୋଜନାକୁ ନେଇ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ପ୍ରତି ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି ତୃଣମୂଳ ଯେଉଁ ଅଭିଯୋଗ କରୁଛି ତାହା ମିଛ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook