Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସିବିଆଇ ଅଫିସରେ ଆତ୍ମସମର୍ପଣ କଲେ ମହିମା ମିଶ୍ରଙ୍କ ସାନ ପୁଅ

    Share on :
    ajab-Image
    Date: Aug 6, 2022    Views: 2734

     ଭୁବନେଶ୍ୱର : ସିବିଆଇ ଅଫିସରେ ଆତ୍ମସମର୍ପଣ କଲେ ମହିମା ମିଶ୍ରଙ୍କ ସାନ ପୁଅ । ରାତି ୪ଟାରେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ଚର୍ଚ୍ଚିତ ମିଶ୍ର ଆତ୍ମସମର୍ପଣ କରିଛନ୍ତି । ଏତଲାରେ ଚର୍ଚ୍ଚିତ ମିଶ୍ରଙ୍କ ନାଁ ରହିଥିବାରୁ ନିଜ ଆଡୁ ହାଜର ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନଜୀବୀ ଜୟଦୀପ ପାଲ୍ । ଗତକାଲି ସିବିଆଇରେ ହାଜର ହୋଇଥିଲେ ମହିମା ମିଶ୍ର । ଏଥି ସହିତ ଲାଞ୍ଚ କାରବାର ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ସିବିଆଇ।

    ମହିମାଙ୍କୁ ମାରାଥନ ଜେରା କରିଥିଲେ ସିବିଆଇ ଅଫିସର । ତେବେ ଏହି ଜେରା ବେଳେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ୪ ଜଣଙ୍କୁ ବାନ୍ଧିଥିଲା ସିବିଆଇ । ଏହା ବାଦ ବି ଆହୁରି ଅଧିକ ତଥ୍ୟ ହାସଲ ପାଇଁ ମହିମା ମିଶ୍ରଙ୍କୁ ସିବିଆଇ ଜେରା କରିଥିଲା । ଯାହା ଜଣାପଡିଥିଲା କି ଦୀର୍ଘ ସମୟ ଧରି ଜେରାର ସମ୍ମୁଖୀନ ହୋଇଥିଲେ ମହିମା ।ଗୁରୁବାର ରାତିରେ ମହିମାଙ୍କ ବଡ ପୁଅ ଚନ୍ଦନ ମିଶ୍ରଙ୍କୁ ବି ଜେରା କରିଥିଲା ସିବିଆଇ ।

    Maximum 500 characters

    ତାଜା ଖବର View all

    Find Us on Facebook