Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଠକ କମ୍ପାନୀ ଉପରେ ସିବିଆଇ ଚଢ଼ାଉ

    Share on :
    ajab-Image
    Date: Nov 25, 2021    Views: 3101

    କଟକ: ଦୁଇ ଦୁଇଟି ବ୍ୟାଙ୍କକୁ ଚୂନ ମାରି ୧୪୦.୪୮ କୋଟି ଟଙ୍କା ଚଳୁ କରିଥିବା ଠକ କମ୍ପାନୀ ଉପରେ ସିବିଆଇ ଚଢ଼ାଉ । କଟକ ସ୍ଥିତ ଏସଆର ଆଲକୋଭେଦ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଉପରେ ଚାଲିଛି ଚଢ଼ାଉ ।

    ଅଭିଯୋଗ ଅନୁସାରେ କଟକ ଜଗତପୁରରେ ରହିଛି ଏହି ସଂସ୍ଥା । ସଂସ୍ଥା ଏମ୍‌ଡି ରଞ୍ଜନ କୁମାର ପାଢୀ ରହିଥିବା ବେଳେ ତାଙ୍କ ପତ୍ନୀ ସାଇନା କର ନିର୍ଦ୍ଦେଶକ ଅଛନ୍ତି । ବ୍ୟବସାୟ ବଢାଇବା ଆଳରେ କଟକ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଆହ୍ଲାବାଦ ବ୍ୟାଙ୍କରେ କମ୍ପାନୀ ଲୋନ୍ ପାଇଁ ଆବେଦନ କରିଥିଲା । ନୈନାଦେବୀ ସପ୍ଲାର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚନ୍ଦ୍ରଘଣ୍ଟା ଆଇରନ୍ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ଗ୍ୟାରେଣ୍ଟର ପକାଇଥିଲା । ବ୍ୟାଙ୍କର କେତେକ କର୍ମଚାରୀଙ୍କୁ ଧରାଧରି କରି କମ୍ପାନୀ ଲୋନ୍‌ ମଞ୍ଜୁରୀ କରି ନେଇଥିଲେ । ୨୦୧୩ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଓ  ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ଆକାରରେ ଉଠାଇଥିଲା ।

    ଲୋନ୍ ନେବା ପରେ ଆରମ୍ଭ ହୋଇଥିଲା ଠକ ସଂସ୍ଥାର ଠମାକୀ । ଋଣ ନେବା ପରଠାରୁ ସଂସ୍ଥାର ଅଭିଯୁକ୍ତ ଅଧିକାରୀ ମାସକୁ ମାସ ଟଙ୍କା ପୈଠ କରିନଥିଲା । ଏପରିକି ବ୍ୟାଙ୍କ ପକ୍ଷରୁ ନୋଟିସ୍ କରାଯାଇଥିଲେ ମଧ୍ୟ ଶୁଣିନଥିଲେ । ଋଣ ଟଙ୍କା ବଢ଼ି ବଢ଼ି ଏବେ ୧୪୦.୪୮ କୋଟିରେ ପହଞ୍ଚିଛି । ଲୋନ୍‌ ପରିଶୋଧ ନକରିବାରୁ ଶେଷରେ ବ୍ୟାଙ୍କର ମ୍ୟାନେଜର ଏନେଇ ସିବିଆଇରେ ଅଭିଯୋଗ କରିଥିଲେ । ଆଜି ସିବିଆଇ ଟିମ୍ କମ୍ପାନୀର ଅଫିସରେ ଚଢ଼ାଉ କରି କାଗଜପତ୍ର ଜବତ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook