Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗାଜର ଜୁସ୍ ପିଇଲେ ମିଳେ ଏହି ସବୁ ଫାଇଦା

    Share on :
    ajab-Image
    Date: Apr 26, 2026    Views: 3146

    ଶୀତଋତୁରେ ଅନେକ ପନିପରିବା ମିଳେ। ଏସବୁ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ସେଥିମଧ୍ୟରୁ ଗାଜର ଅନ୍ୟତମ। ଗାଜରରୁ ଭିଟାମିନ୍ ଏ, ଫାଇବର, ଭିଟାମିନ୍ କେ1, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ଖଣ୍ଡ ଗାଜର ଖାଇବା ଅପେକ୍ଷା ଏହାକୁ ଜୁସ୍ କରି ପିଇବା ଅତ୍ୟନ୍ତ ଲାଭଦାୟକ। ଗାଜର ଜୁସ୍ ପିଇବା ଦ୍ୱାରା କି କି ଉପକାରିତା ମିଳେ, ଜାଣନ୍ତୁ...

    ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ
    ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନିଟି ବୁଷ୍ଟ କରିବାକୁ ଚାହୁଁଥିଲେ ଗାଜର ଜୁସ୍ ଅତ୍ୟନ୍ତ ପ୍ରଭାବଶାଳୀ। ଶୀତଦିନେ ଦୁର୍ବଳ ପ୍ରତିରୋଧକ ଶକ୍ତିକୁ ଦୃଢ କରିବାରେ ଗାଜର ସର୍ବୋତ୍ତମ ହୋଇପାରେ। 

    ନିୟମିତ ଗାଜର ଜୁସ୍ ପିଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ, ଫଳରେ ସଂକ୍ରମଣ ଏବଂ ଋତୁକାଳୀନ ରୋଗ ଆଶଙ୍କା ଦୂର ହୁଏ। ଏହା ବ୍ୟତୀତ ଗାଜର ଜୁସ୍ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦୟ ସ୍ୱାସ୍ଥ୍ୟକୁ ମଜବୁତ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ।

    ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
    ଗାଜରରେ ଫାଇବର ଥିବାରୁ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ବେଶ୍ ପ୍ରଭାବଶାଳୀ। କୋଷ୍ଠକାଠିନ୍ୟ ପରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗାଜର ଜୁସ୍ ପିଇପାରିବେ। 

    ଚର୍ମ ପାଇଁ ଉପକାରୀ
    ଗାଜର ଜୁସ୍ ପିଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ବୋଲି ବିବେଚନା କରାଯାଏ। ପ୍ରତିଦିନ ଗାଜର ଜୁସ୍ ପିଇଲେ କମ୍ ବୟସରୁ ଚର୍ମ କୁଞ୍ଚନ ହୋଇନଥାଏ। ତ୍ୱଚାରେ ଚମକ ରହିଥାଏ। ଏହା ବ୍ୟତୀତ ଗାଜର ଜୁସ୍ ଆଖି ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇପାରେ। 

    Maximum 500 characters

    ବିଶେଷ View all

    Find Us on Facebook