Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତର ଯେସାକୁ ତେସା ନୀତି: କାନାଡା ହାଇକମିଶନରଙ୍କୁ ବହିଷ୍କାର

    Share on :
    ajab-Image
    Date: Sep 19, 2023    Views: 3690

    ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ଦେଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଯେସାକୁ ତେସା କରିଛି । ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତ ସରକାର । କାନାଡ଼ା ହାଇ କମିଶନଙ୍କୁ ସମନ କରିଛନ୍ତି ଭାରତ ବୈଦେଶିକ ମନ୍ତ୍ରଣାଳୟ । ସମନ ପାଇ ବୈଦେଶିକ ମନ୍ତ୍ରଣାଳୟ ହେଡକ୍ବାର୍ଟରରେ ପହଞ୍ଚିଥିଲେ କାନାଡା ହାଇ କମିଶନର କାମେରନ ମାକେ । ଏହାପରେ ତାଙ୍କୁ ବହିଷ୍କାର କରାଯାଇଛି । ୫ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ତାଙ୍କୁ କଡ଼ା ନିର୍ଦ୍ଦେଶ ହୋଇଛି । ଖଲିସ୍ତାନୀ ନେତାଙ୍କୁ ହତ୍ୟା ନେଇ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଦେଖା ଦେଇଛି । ଜଣେ ଜଣଙ୍କର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି । ପ୍ରଥମେ କାନାଡା ଭାରତୀୟ ବହିଷ୍କାର କରିବା ପରେ ଯେସାକୁ ତେସା କରି ପାଲଟା ପଦକ୍ଷେପ ନେଇଛି ଭାରତ । କାନାଡ଼ା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଭାରତରେ ଥିବା କାନାଡ଼ା ବରିଷ୍ଠ କୂଟନୀତିଜ୍ଞ କାମେରନ ମାକେଙ୍କ ସମନ ପରେ ବହିଷ୍କାର କରିଛି । ଏନେଇ ତାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ମୋଦି ସରକାର ଭାରତରେ କାନାଡା ଉଚ୍ଚାୟୁକ୍ତଙ୍କୁ ତଲବ କରିବା ସହ ୫ ଦିନରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ବିରୋଧୀ ଗତିବିଧି ନେଇ ଭାରତ ସରକାର ଚିନ୍ତା ପ୍ରକଟ କରି ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଜୁନରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟାକୁ ନେଇ ଏହି ସ୍ଥିତି ଉପୁଜିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook