Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜନ୍ମଦିନ ପାଳନ ସାଜିଲା କାଳ, କେକ୍‌ ଖାଇ ନାବାଳିକା ମୃତ

    Share on :
    ajab-Image
    Date: Mar 31, 2024    Views: 4152

    ଚଣ୍ଡିଗଡ: ଜନ୍ମଦିନ ପାଳନ ସାଜିଲା କାଳ । ପଞ୍ଜାବର ପଟିଆଲା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । କେକ ଖାଇ ଏକ ୧୦ ବର୍ଷୀୟା ବାଳିକାର ଜୀବନ ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ସମ୍ପୃକ୍ତ ବେକେରୀ ମାଲିକଙ୍କ ନାଁରେ ଏତଲା ଦାୟର କରାଯିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ପୋଲିସ ପକ୍ଷରୁ କୁହାଯାଇଛି ।
    ପରିବାର ଲୋକଙ୍କ କହିବା ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖ ଦିନ ପଞ୍ଜାବର ପଟିଆଲା ଅଞ୍ଚଳରେ ଏକ ୧୦ ବର୍ଷର ବାଳିକା ଜନ୍ମଦିନ ପାଳନ ଅବସରରେ ଅନଲାଇନରେ ଏକ କେକ୍ ଅର୍ଡର କରାଯାଇଥିଲା । ପଟିଆଲା ଠାରେ ଏକ ବେକରୀ ସପରୁ ଏହି କେକ୍ ଆସିଥିଲା । ସନ୍ଧ୍ୟା ସମୟରେ କେକ କାଟି ପରିବାର ଲୋକେ ଖାଇଥିବା ବେଳେ ରାତି ୧୧ଟା ସୁଦ୍ଧା ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ । ପରିବାରର ୨ ଜଣ ଛୋଟ ପିଲା ବାନ୍ତି ମଧ୍ୟ କରିଥିଲେ । ତେବେ ପରିବାର ଲୋକେ ତୁରନ୍ତ ୨ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ବାଳିକାଟିର ମୃତ୍ୟୁ ହୋଇଥିଲା । କେକରେ ବିଷକ୍ରିୟା ଘଟି ଏଭଳି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
    ଅନ୍ୟପଟେ ପୋଲିସ ସୂଚନା ଅନୁଯାୟୀ, ଶନିବାର ଦିନ ପଟିଆଲା ଅଞ୍ଚଳରୁ ଏକ ଅଭିଯୋଗ ଆସିଛି । ଜନ୍ମଦିନ କେକ ଖାଇବା ପରେ ହଠାତ୍ ବାଳିକାଟିଏ ଅସୁସ୍ଥ ହୋଇପଡିଥିବା ବେଳେ ପରବର୍ତ୍ତୀ ସମୟରେ ତାର ମୃତ୍ୟୁ ହୋଇଥିବା ନେଇ ପିଲାଟିର ପରିବାର ଲୋକେ ଅଭିଯୋଗ କରିଛନ୍ତି ।ପୋଲିସ ପକ୍ଷରୁ ଆଉମଧ୍ୟ କୁହାଯାଇଛି ଯେ, ଖାଦ୍ୟ ଦେବାରେ ଅବହେଳା ଓ ବିଷାକ୍ତ କେକ ଦେଇଥିବା ଅଭିଯୋଗରେ କେକ୍ ଆସିଥିବା ବେକେରୀ ସପର ମାଲିକଙ୍କ ନାଁରେ ଏତଲା ରୁଜ୍ଜୁ କରାଯାଇଛି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
    ଅନ୍ୟପଟେ ବେକରୀ ସପ ମାଲିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବିଲରେ ଥିବା ନାଁ ଅନୁଯାୟୀ ପଟିଆଲାରେ ସେହି ନାମରେ କୌଣସି କେକ୍ ସପ ନଥିବା ପୋଲିସ ତଦନ୍ତ ବେଳେ ଜଣାପଡିଛି । କେକଟି କୌଣସି କ୍ଲାଉଡ କିଚେନରୁ ଆସିଥିବା ପୋଲିସ ଅନୁମାନ କରୁଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook