Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କ୍ୟାବିନେଟ ବୈଠକରେ କେଉଁ କେଉଁ ପ୍ରସ୍ତାବ ଉପରେ ଲାଗିଲା ମୋହର, ଜାଣନ୍ତୁ

    Share on :
    ajab-Image
    Date: Sep 23, 2022    Views: 3363

    ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ୩୩ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆୟୋଜିତ  କ୍ୟାବିନେଟ ବୈଠକରେ ମୋଟ ୩୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଭିନ୍ନ ଜିଲ୍ଲାରେ ମୋଟ ୪୦ଟି ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୪ଟି ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ୟ୍ୟ ପାଇଁ ୫୧୧କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଜିଲ୍ଲାର ୧୭ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ମଧ୍ୟ ସମ୍ଭବପର ହେବ ।

    ସେହିପରି କଟକ ଓ ଅନୁଗୋଳ ଜିଲ୍ଲାରେ ୪୩୧କୋଟି ଟଙ୍କାର ୯ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ୧୪୩୩୦ ହେକ୍ଟର ଜମିକୁ ଜଳସେଚନ ସୁବିଧା, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୬୬କୋଟି ଟଙ୍କାର ୯ଟି ମେଗା ଉଠାଜଳସେଚନ ପ୍ରକଳ୍ପରେ ୧୨୯୧୪ ହେକ୍ଟର ଜମିକୁ ଜଳସେଚନ, ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ୧୮ନମ୍ବର କ୍ଲଷ୍ଟର ଅନ୍ତର୍ଗତ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଓ ଗଜପତି ଜିଲ୍ଲାରେ ୧୩୫୪୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ନିମନ୍ତେ ୪୩୦କୋଟି ଟଙ୍କା ବ୍ୟୟରେ ଉଠାଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ବଲାଙ୍ଗିର ଲୋଏର ସୁକତେଲ ବାମ କେନାଲରେ ଅଣ୍ଡରଗ୍ରାଉଣ୍ଡ ପାଇପ୍ ମାଧ୍ୟମରେ ୧୩ହଜାର ହେକ୍ଟର ଜମିକୁ ଜଳସେଚନ ନିମନ୍ତେ ୬୩୪କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହାସହିତ ଯାଜପୁର ଜିଲ୍ଲାର କୋଚଳୀ ନଦୀ ଓ ବୈତରଣୀ ନଦୀରେ ୨ଟି ବ୍ୟାରେଜ୍ ନିର୍ମାଣ ପାଇଁ ୨୦୦କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଫଳରେ ଧାମନଗର ଓ ଦଶରଥପୁର ବ୍ଲକରେ ବନ୍ୟା ସମସ୍ୟା ଓ ଜଳ ସମସ୍ୟା ଦୂର କରାଯାଇପାରିବ ।

    ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତିକରଣ ନିମନ୍ତେ ୮୭କୋଟି ଟଙ୍କାର ଟେଣ୍ଡର ଆଶୀର୍ବାଦ କନଷ୍ଟ୍ରକସନକୁ ପ୍ରଦାନ ନିମନ୍ତେ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ସରିତା ସୁପକାର ଓ ସନତ କୁମାର ମହାନ୍ତିଙ୍କ ନିଯୁକ୍ତିକୁ ପିଛିଲା ଭାବେ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

    ଏହାସହିତ ଓଡ଼ିଶା ସମବାୟ ସେବା କ୍ୟାଡ଼ର, ଓଡ଼ିଶା ପର୍ୟ୍ୟଟନ ସେବା କ୍ୟାଡ଼ରର ପୁର୍ନଗଠନ, ନୂତନ ଭାବେ ଓଡ଼ିଶା ସମବାୟ ଅଡିଟ୍ ସର୍ଭିସ କ୍ୟାଡ଼ର ସୃଷ୍ଟି, ଜିଲ୍ଲା ପୁଲିସ ମିନିଷ୍ଟ୍ରିଆଲ ସର୍ଭିସ ରୁଲସର ସଂଶୋଧନ, ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ରୁଲରେ ସଂଶୋଧନ, ଓଡ଼ିଶା ଲିଗାଲ ମେଟ୍ରୋଲୋଜି ସର୍ଭିସ ରୁଲସ, ଓଡ଼ିଶା ଜୁଡିସିଆଲ ସେବା ରୁଲସ, ଓଡ଼ିଶା ଜିଲ୍ଲା ଓ ସବଅର୍ଡିନେଟ କୋର୍ଟ ନନଜୁଡିସିଆଲ ଷ୍ଟାଫ ସର୍ଭିସ ଓ ଗ୍ରୁପ୍ ଡି କର୍ମଚାରୀ ରୁଲ୍ ଆଦିରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

    Maximum 500 characters

    ତାଜା ଖବର View all

    Find Us on Facebook