Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କ୍ୟାବିନେଟ: ଓଡ଼ିଶା ଗଭୀର ସମୁଦ୍ରରେ ମାଛ ଧରିବା ମିଶନ ଅନୁମୋଦିତ

    Share on :
    ajab-Image
    Date: Jul 2, 2026    Views: 2417

    ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ ଟି ବିଭାଗର ୧୨ ଟି ପ୍ରସ୍ତାବକୁ ପୂର୍ବକ ଅନୁମୋଦନ ମିଳିଛି । ଉଚ୍ଚଶିକ୍ଷା ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୨ଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ନିର୍ମାଣ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଭାଗର ଗୋଟିଏ ଅନୁମୋଦନ ହୋଇଛି । ଅନୁମୋଦିତ ପ୍ରସ୍ତାବ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

    ଓଡ଼ିଶାକୁ ଏକ ଅଗ୍ରଣୀ ଗଭୀର ସମୁଦ୍ର ମତ୍ସ୍ୟ ଆହରଣ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି ହବ ରୂପେ ରୂପାନ୍ତରିତ କରିବା ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ‘ଓଡ଼ିଶା ଗଭୀର ସମୁଦ୍ରରେ ମାଛ ଧରିବା ମିଶନ (୨୦୨୬-୨୦୩୬)' ଅନୁମୋଦନ । ଏହା ଯାହା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଏକ ଫ୍ଲାଗସିପ ପଦକ୍ଷେପ । ଏହି ମିଶନର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବ୍ୟାପକ ଗଭୀର ସମୁଦ୍ର ମତ୍ସ୍ୟ ସମ୍ପଦର ସମ୍ଭାବନାକୁ ଉନ୍ମୋଚନ ଏବଂ ବ୍ଲୁ ଇକୋନୋମି ଆଧାରିତ ବିକାଶକୁ ତ୍ବରାନ୍ବିତ କରିବା । ଏହି ମିଶନ ମାଧ୍ୟମରେ ସ୍ଥାୟୀ ଗଭୀର ସମୁଦ୍ର ମତ୍ସ୍ୟ ଆହରଣକୁ ପ୍ରୋତ୍ସାହନ, ସାମୁଦ୍ରିକ ମତ୍ସ୍ୟ ଭିତ୍ତିଭୂମିର ଆଧୁନିକୀକରଣ, ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି, ମତ୍ସ୍ୟଜୀବୀମାନଙ୍କ ଜୀବିକା ସୁଦୃଢ଼ୀକରଣ ଏବଂ ପୂର୍ବ ଭାରତରେ ଓଡ଼ିଶାକୁ ଏକ ଅଗ୍ରଣୀ ଗଭୀର ସମୁଦ୍ର ମତ୍ସ୍ୟ ଆହରଣ ଓ ସାମୁଦ୍ରିକ ରପ୍ତାନି ହବ୍ ଭାବେ ପ୍ରତିଷ୍ଠିତ କରାଯିବ । ମିଶନ କାର୍ଯ୍ୟକାରୀ ହେବା ପରେ ପ୍ରତିବର୍ଷ ୨.୦୦ ଲକ୍ଷ ମେଟ୍ରିକ ଟନ୍ ଅତିରିକ୍ତ ସାମୁଦ୍ରିକ ମାଛ ଉତ୍ପାଦନ, ୫୦, ୦୦୦ରୁ ଅଧ‌ିକ ନୂତନ ରୋଜଗାର ସୃଷ୍ଟି, ମତ୍ସ୍ୟଜୀବୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଏବଂ ୨୦୩୬ ସୁଦ୍ଧା ପ୍ରାୟ ୧୫,୦୦୦ କୋଟି ବାର୍ଷିକ ସାମୁଦ୍ରିକ ଖାଦ୍ୟ ରପ୍ତାନିର ଲକ୍ଷ୍ୟ ହାସଲ କରାଯିବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook