Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କ୍ୟାବିନେଟ: ରାଜ୍ୟ ଡାଟା ସେଣ୍ଟର ୨.୦ ପାଇଁ ୧୯୭.୪୪ କୋଟି

    Share on :
    ajab-Image
    Date: Jul 2, 2026    Views: 3133

    ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ ଟି ବିଭାଗର ୧୨ ଟି ପ୍ରସ୍ତାବକୁ ପୂର୍ବକ ଅନୁମୋଦନ ମିଳିଛି । ଉଚ୍ଚଶିକ୍ଷା ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୨ଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ନିର୍ମାଣ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଭାଗର ଗୋଟିଏ ଅନୁମୋଦନ ହୋଇଛି । ଅନୁମୋଦିତ ପ୍ରସ୍ତାବ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
    ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ୨୦୧୨ ମସିହାରୁ କାର୍ଯ୍ୟକ୍ଷମ । ମୋଟ କ୍ଷମତାର ପ୍ରାୟ ୯୦% ଅଂଶ ସରକାରୀ ଆପ୍ଲିକେସନ ସଂଚାଳନ । ଡାଟା ସେଣ୍ଟରର ବର୍ତ୍ତମାନର ଭିତ୍ତିଭୂମି କ୍ଷମତା ସୀମିତ ଓ ଜୀବନକାଳ ଶେଷ ହେବାକୁ ଯାଉଥିବାରୁ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ୨.୦ ର ପ୍ରତିଷ୍ଠା ଅପରିହାର୍ଯ୍ୟ । ତେଣୁ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ୨.୦’ ପ୍ରକଳ୍ପ ପ୍ରତିଷ୍ଠାକୁ ଅନୁମୋଦନ ମିଳିଛି । ଏହା ଏକ ଟାୟର-III ଅନୁପାଳନକାରୀ, ସୁରକ୍ଷିତ, ସ୍କେଲେବଲ ଏବଂ ସୁଦୃଢ଼ ପରିଚାଳିତ ଡାଟା ସେଣ୍ଟର ହେବ । ରାଜ୍ୟର ବର୍ଦ୍ଧିତ ଡିଜିଟାଲ୍ ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଯୋଜନା କରାଯାଇଛି । ରାଜ୍ୟ ଡାଟା ସେଣ୍ଟରରେ ଅବସ୍ଥିତ ଆପ୍ଲିକେସନ୍ ସମୂହଗୁଡ଼ିକର ସ୍ଥାନାନ୍ତରଣ, ଗ୍ରାହକ ସୁରକ୍ଷା ଏବଂ ସରକାରୀ ସେବାଗୁଡ଼ିକର ଡିଜିଟାଲ୍ ଉପଲବ୍ଧତା ଏବଂ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ଏକ ଦୁର୍ଯ୍ୟୋଗ ରିକଭରି ଡାଟା ସେଣ୍ଟର ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ । ଡାଟା ସେଣ୍ଟରର ଭିତ୍ତିଭୂମି ସ୍ଥାପନ, ରକ୍ଷଣାବେକ୍ଷଣ, ସଂଚାଳନ ଏବଂ ଅନ୍ୟାନ୍ୟ ପରିଚାଳନା ଓ ରକ୍ଷଣାବେକ୍ଷଣ ସମେତ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ୨.୦ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ୧୯୭.୪୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook