Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କ୍ୟାବିନେଟ୍ ଅନୁମୋଦନ: କାଠଯୋଡ଼ି ନଦୀ ଉପରେ ନୂଆ ବ୍ରିଜ

    Share on :
    ajab-Image
    Date: Apr 23, 2026    Views: 2605

    କାଠଯୋଡି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍। ରାଜ୍ୟ କ୍ୟାବିନେଟରେ ୮ଟି ବିଭାଗର ୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କାଠଯୋଡ଼ି ନଦୀ ଉପରେ ନୂଆ ବ୍ରିଜ୍ ତିଆରି ନେଇ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବ୍ରିଜ୍ ଜୁଡିସିଆଲ୍ ଏକାଡେମୀ ସହ ତ୍ରିଶୁଳିଆକୁ ଯୋଡ଼ିବ। 

    ୧୫୮ କୋଟି ୮୮ ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ୩ ବର୍ଷ ଭିତରେ ବ୍ରିଜ୍ ନିର୍ମାଣ ନେଇ ଲକ୍ଷ୍ୟ ରହିଛି। ସେହିପରି ଓଡ଼ିଶା ରାଜ୍ୟ ଡାଟା ନୀତି ୨.୦କୁ ମଞ୍ଜୁରୀ ମିଳିଛି। ପିଏନଜି ଓ ସିଏନଜି ଭିତ୍ତିଭୂମି ସଂପ୍ରସାରଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ସିଟି ଗ୍ୟାସ୍ ବିତରଣ-CGD ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ୍। 

    ଏହି ନୂତନ ନୀତି ଜରିଆରେ ରାଜ୍ୟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ (PNG) ଏବଂ ସିଏନଜି ଭିତ୍ତିଭୂମିର ଦ୍ରୁତ ସଂପ୍ରସାରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିସହ ବଲାଙ୍ଗୀରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ୍। ଓଡ଼ିଶା ଲୋକସେବା ଅଧିକାର ନିୟମାବଳୀ ୨୦୧୨ରେ ସଂଶୋଧନ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook