Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କ୍ୟାବିନେଟ: ଏଣିକି ପରିବହନ-ଟ୍ରାଫିକ୍‌ର ନୂଆ କ୍ୟାଡର୍‌ ରୁଲ

    Share on :
    ajab-Image
    Date: Apr 23, 2026    Views: 2900

    ଭୁବନେଶ୍ୱର: ଓଡ଼ିଶା ଟ୍ରାନ୍ସପୋର୍ଟ-ଟ୍ରାଫିକ୍ ଆଣ୍ଡ ଏନ୍‌ଫୋର୍ସମେଣ୍ଟ (ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ) ରୁଲ୍-୨୦୧୩ର ବିସ୍ଥାପନ ଓ ବ୍ୟାପକ ସଂଶୋଧନ ପରେ ଏଣିକି ନୂଆ କ୍ୟାଡର ରୁଲ ଗଢ଼ାଯିବ । ଏହି ରୁଲ୍ ଅନୁସାରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସହ ଚାକିରି ସର୍ତ୍ତାବଳୀରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ । ରାଜ୍ୟ କ୍ୟାବିନେଟ୍‌ରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

    ୨୦୧୩ ମସିହାର ରୁଲ୍ ଅନୁସାରେ, ଟ୍ରାନ୍ସପୋର୍ଟ ଓ ଟ୍ରାଫିକ୍ କ୍ୟାଡରରେ ଟ୍ରାଫିକ୍ କନଷ୍ଟେବଳ, ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର, ଇନ୍ସପେକ୍ଟର ଓ ଡେପୁଟି ସୁପରିଣ୍ଟେଣ୍ଡାଣ୍ଟ (ଟ୍ରାଫିକ୍) ପଦବି ଥିଲା । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ବଦଳରେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ଟ୍ରାଫିକ୍ କନଷ୍ଟେବଳ ସିଧା ନିଯୁକ୍ତି ପାଉଥିଲେ ।
    ୨୦୨୧ ମସିହାରେ ସଂଶୋଧନ ମୁତାବକ, ଟ୍ରାଫିକ୍ କନଷ୍ଟେବଳ ଓ ସବ୍ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟାରେ ଦୌଡ଼ ଦକ୍ଷତାକୁ ସାମିଲ୍ କରାଗଲା । ୨୦୨୨ ମସିହାରେ ୨୬ଟି ଏଏସ୍ଆଇ ପଦବିକୁ ହଟାଇ ଦିଆଗଲା । ଜଣେ ଜଏଣ୍ଟ କମିଶନର, ୩ଜଣ ଡେପୁଟି କମିଶନର, ୨ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଟ୍ରାଫିକ୍) ଓ ୫ଜଣ ସବ୍ଇନ୍ସପେକ୍ଟରଙ୍କ ପାଇଁ ପଦବି ସୃଷ୍ଟି ହେଲା । ଏଣିକି ନୂଆ କ୍ୟାଡର ରୁଲ୍ ଅନୁସାରେ, ବିଭିନ୍ନ ପଦବିର ନିଯୁକ୍ତି ପ୍ରକ୍ରିୟାକୁ ସ୍ଥାୟୀ ଭାବେ ସଂଶୋଧନ କରାଯିବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook