Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟ କ୍ୟାବିନେଟ: ନିର୍ମାଣ ହେବ ୫ ଜଳସମ୍ପଦ ପ୍ରକଳ୍ପ

    Share on :
    ajab-Image
    Date: Apr 11, 2026    Views: 2809

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ୫ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଶକ୍ତି ବିଭାଗର ଗୋଟେ, ଶ୍ରମ ବିଭାଗର ୩, ପରିବହନ ବିଭାଗର ଗୋଟେ, ଜଳସମ୍ପଦ ବିଭାଗର ୫ ଓ ପଞ୍ଚାୟତିରାଜ ବିଭାଗର ଗୋଟେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ଜଳସମ୍ପଦ ବିଭାଗର ୫ ଟେଣ୍ଡରକୁ ଅନୁମୋଦନ ମିଳିଛି । ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣବେକ୍ଷଣ ନୀତି ୨୦୨୬ ସହ ଅଟଳ ବସଷ୍ଟାଣ୍ଡ ଯୋଜନାକୁ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

    କେନ୍ଦୁଝର ଜିଲ୍ଲାରେ ୩ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୯୨ କୋଟି ୯୮ ଲକ୍ଷ ୪୨ ହଜାର ୭୯୫ କୋଟି ଓ ୧୫ ବର୍ଷ ପରିଚାଳନା ପାଇଁ ୭ କୋଟି ୪୮ ଲକ୍ଷ ୫୨ ହଜାର ୩୪୫ ଟଙ୍କା ମଞ୍ଜୁରୀ ହୋଇଛି । ପ୍ରକଳ୍ପ ଶେଷ ପାଇଁ ୨୪ ମାସ ଲାଗିବ । ପ୍ରକଳ୍ପ ଦ୍ୱାର କେନ୍ଦୁଝର ଜିଲ୍ଲାର ୨୫ ଓ ମୟୁରଭଞ୍ଜ ଜିଲ୍ଲାର ୮ ଗାଁ ଲୋକ ଉପକୃତ ହେବେ । କଟକର ହାଡୁଆ ଜଳସେଚନ ପ୍ରକଳ୍ପ ପାଇଁ ୧୩୫ କୋଟି ୭୫ ଲକ୍ଷ ଓ ପରିଚାଳନା ପାଇଁ ୬ କୋଟି ୮୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ପ୍ରକଳ୍ପ ଦ୍ବାରା କଟକ ଜିଲ୍ଲାର ୮୬ ଗାଁର ୩୬୪୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୨୦୪ କୋଟି ଓ ରକ୍ଷଣାବେକ୍ଷଣ ପାଇଁ ୧୬ କୋଟି ମଞ୍ଜୁର ହୋଇଛି । ସମ୍ବଲପୁର ଜିଲ୍ଲାର ୫୪ ଗାଁ'ର ଲୋକ ଉପକୃତ ହେବେ । ସେହିପରି ଯାଜପୁର ଜିଲ୍ଲାରେ ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୧୫୮ କୋଟି ଓ ପରିଚାଳନା ପାଇଁ ୧୨ କୋଟି ୭୦ କୋଟି ଟଙ୍କାର ଟେଣ୍ଡର ଅର୍ଥ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ଦ୍ବାରା ୭୩ ଗାଁ ଲୋକ ଉପକୃତ ହେବେ । ସେହିପରି ଶ୍ରମ ବିଭାଗର ବିଭିନ୍ନ ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook