Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କ୍ୟାବିନେଟ:ଜଳ ଜୀବନ ମିଶନ ଅଗ୍ରୀମ ବହନ କରିବ ରାଜ୍ୟ

    Share on :
    ajab-Image
    Date: Jan 10, 2026    Views: 3221

    ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ୟ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ରାଜ୍ୟ ସରକାର ପର୍ୟ୍ୟଟନକୁ ଗୁରୁତ୍ୱ ଦେଉଥିବାରୁ ନୀତିରେ ଆଣିଛନ୍ତି ସଂଶୋଧନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି ।

    ଜଳ ଜୀବନ ମିଶନ ଯୋଜନାରେ ଧାର୍ୟ୍ୟ କେନ୍ଦ୍ରୀୟ ଅନୁଦାନ ରାଶିକୁ ଅଗ୍ରୀମ ଭାବେ ରାଜ୍ୟ ସରକାର ବହନ କରିବେ । କେନ୍ଦ୍ରୀୟ ଅନୁଦାନ ଆସିଲା ପରେ ଭରଣା କରିବେ ଓଡ଼ିଶା ସରକାର । ଏଥିପାଇଁ ଓଡ଼ିଶା ସରକାରଙ୍କୁ ଅନୁମତି ଦେବା ସମ୍ବନ୍ଧୀୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ନିର୍ମାଣଧୀନ ପ୍ରକଳ୍ପକୁ ଚାଲୁ ରଖିବା ଏବଂ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ୟ୍ୟ ଶେଷ, ସଂସ୍ଥା ଏବଂ ଠିକାଦାରଙ୍କୁ କାର୍ୟ୍ୟରେ ଉତ୍ସାହିତ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଏହାର ଉଦେଶ୍ୟ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook