ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ରାଜ୍ୟ ସରକାର ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଥିବାରୁ ନୀତିରେ ଆଣିଛନ୍ତି ସଂଶୋଧନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି ।
ଟାଟା ପାୱାର ଅକ୍ଷୟ ଶକ୍ତି ଲିମିଟେଡ ଦ୍ବାରା ସମନ୍ବିତ ଇନଗଟ୍ ୱେଫର ଏବଂ ସୌର ସେଲ୍ ଉତ୍ପାଦନ ପ୍ରକଳ୍ପକୁ ଓଡ଼ିଶାର ଟାଟା ସ୍ବତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ସ୍ଥାପନ ପାଇଁ କ୍ୟାବିନେଟ ଅନୁମୋଦନ କରିଛି । ରାଜ୍ୟରେ ଏହା ପ୍ରଥମ ପ୍ରକାରର ସୌର ଉତ୍ପାଦନ ସୁବିଧା ଭାବରେ ପ୍ରତିଷ୍ଠା ହେବ । ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ବିକଶିତ ହେବ । ପ୍ରାୟ 10 ହଜାର କୋଟି ନିବେଶ ସହ 5 ହଜାରରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
Comments ସମସ୍ତ ମତାମତ