ମୁଖ୍ୟ ଖବର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୭୨୮୦ କୋଟି ଟଙ୍କାର ଏକ ନୂଆ ପ୍ରୋଜେକ୍ଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଉଦେଶ୍ୟ ଭାରତରେ ସିଣ୍ଟର୍ଡ ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗନେଟ (REPM)ର ଉତ୍ପାଦନ ବଢାଇବ। ଏହା ଏଭଳି ଏକ କାର୍ଯ୍ୟକ୍ରମ, ଯାହାକି ଦେଶରେ ଆରଇପିଏମ୍ ତିଆରି କରିବା ପାଇଁ ଏକ ମଜବୁତ ଇକୋସିଷ୍ଟମ ତିଆରି କରିବ। ସରକାରଙ୍କ କହିବା ଅନୁସାରେ, ଏହାଦ୍ବାରା ଭାରତ ଆତ୍ମନିର୍ଭର ହେବ ଓ ଦୁନିଆରେ ଆରଇପିଏମ୍ ବଜାରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିବ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘କ୍ୟାବିନେଟ୍ ପରମାନେଣ୍ଟ ମ୍ୟାଗନେଟସ୍ ତିଆରିରେ ଆତ୍ମନିଭରତା ପାଇବା ପାଇଁ ନିଜ ଭଳି ପ୍ରଥମ ରେୟାର ଆର୍ଥ ପରମନେଣ୍ଟ ମ୍ୟାଗନେଣ୍ଟସ୍ ସ୍କିମ୍କୁ ମଞ୍ଜୁରୀ ଦେଇଛି।ସରକାର ଏହି ଯୋଜନା ଅନୁସାରେ, ସରକାର ଦେଶରେ ବାର୍ଷିକ ୬୦୦୦ ମେଟ୍ରିକ୍ ଟନ୍ କ୍ଷମତା ଥିବା ଆରଇପିଏମ୍ ମାନୁଫାକଚରିଂ ୟୁନିଟ୍ ସ୍ଥାପନ କରିବେ। ଏହି ମ୍ୟାଗନେଟ୍ ଇଲେକ୍ଟ୍ରିକ୍ ବାହାନ, ପବନ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ଖୁବ୍ ଜରୁରୀ ହେବ। ଏହା ଦୁନିଆର ସବୁଠାରୁ ମଜବୁତ ମ୍ୟାଗନେଟ୍ ଭିତରେ ଆସିଥାଏ। ଏହାଛଡା ହାଇ-ଟେକ୍ ମେସିନ୍ରେ ମଧ୍ୟ ଏହାର ସ୍ବତନ୍ତ୍ର ଭାବରେ ବ୍ୟବହାର ହୋଇଥାଏ।ଏବେ ଭାରତରେ ଆରଇପିଏମ୍ର ଆବଶ୍ୟକତାର ବଡ଼ ଅଂଶ ଆମଦାନୀ ଦ୍ବାରା ପୁରା କରାଯାଏ। କିନ୍ତୁ ଭାରତରେ ଇଲେକ୍ଟ୍ରିକ୍ ଭେଇକିଲ, ଶକ୍ତିର ନବୀକରଣ ଓ ଇଲେକ୍ଟ୍ରୋନିକ୍ସର ବଢୁଥିବା ଚାହିଦା କାରଣରୁ ୨୦୨୫ ରୁ ୨୦୨୩୦ ଭିତରେ ଆରଇପିଏମ୍ର ବ୍ୟବହାର ଦୁଇଗୁଣା ହେବାର ଆଶା କରାଯାଉଛି। ଏଭଳି ସ୍ଥିତିରେ ଏହି ଯୋଜନା ଦେଶରେ ପ୍ରଥମ ସମ୍ପୂର୍ଣ୍ଣ ଭାବରେ ଇଣ୍ଟିଗ୍ରେଟେଡ୍ ଆରଇପିଏମ୍ର ଉତ୍ପାଦନ ସୁବିଧା ସ୍ଥାପନ କରିବ। ଯେଉଁଠି ରେୟାର ଆର୍ଥ ଅକ୍ସାଇଡକୁ ନେଇ ଫାଇନାଲ ମ୍ୟାଗନେଟ୍ ତିଆରି କରିବାର ସବୁ ପ୍ରକ୍ରିୟା ଦେଶରେ ହିଁ ହବ।
ଏହି ଯୋଜନାର ମୋଟ ବଜେଟ୍ ୭୨୮୦ କୋଟି ଟଙ୍କା ରହିଛି। ଏଥିରେ ୬୪୫୦ କୋଠି ଟଙ୍କା ୫ ବର୍ଷ ପର୍ଯ୍ୟନ୍ତ କମ୍ପାନୀକୁ ବିକ୍ରି ଆଧାରିତ ପ୍ରୋତ୍ସାହନ ରୂପରେ ଦିଆଯବ। ସେଭଳି ୭୫୦ କୋଟି ଟଙ୍କା ପ୍ରାରମ୍ଭିକ ଭାବରେ ପ୍ଲାଣ୍ଟ ତିଆରି କରିବା ପାଇଁ କ୍ୟାପିଟାଲ ସବସିଡି ରୂପରେ ବ୍ୟବହାର କରାଯିବ। ସରକାର ବିଶ୍ବ ସ୍ତରରେ ନିଲାମୀ ଜରିଆରେ ମୋଟ ୫ଟି କମ୍ପାନୀକୁ ଚୟନ କରିବାର ଯୋଜନା କରୁଛନ୍ତି, ଯେଉଁଥିରେ ପ୍ରତି କମ୍ପାନୀକୁ ସର୍ବାଧିକ ବାର୍ଷିକ ୧୨୦୦ ନିୟୁତ ଟନ୍ ଉତ୍ପାଦନ କ୍ଷମତା ଦିଆଯିବ। ଯୋଜନାର ମୋଟ ସମୟସୀମା ୭ ବର୍ଷରହିବ। ପ୍ରଥମ ଦୁଇ ବର୍ଷ ପ୍ଲାଣ୍ଟ ସେଟ୍ କରିବା ଓ ଆଗାମୀ ୫ ବର୍ଷ ଉତ୍ପାଦନ ଓ ଇନସେନଟିଭ୍ ପାଇଁ ରହିବ। ଏହି ପଦକ୍ଷେପ ଭାରତକୁ ଟେକ୍ନୋଲୋଜି ଦୃଷ୍ଟିରୁ ଆତ୍ମନିର୍ଭର କରିବା, ବିଶ୍ବ ବଜାରରେ ପ୍ରତିଯୋଗୀତା ସୃଷ୍ଟି କରିବା ଓ ୨୦୭୦ ପର୍ଯ୍ୟନ୍ତ ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହା ସରକାରଙ୍କ ବିକଶିତ ଭାରତ ଭିଜନକୁ ମଜବୁତ କରୁଥିବା ନିଷ୍ପତ୍ତି ବୋଲି କୁହାଯାଉଛି।
Comments ସମସ୍ତ ମତାମତ