Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟ କ୍ୟାବିନେଟ୍ ବୈଠକ, ୬ଟି ପ୍ରସ୍ତାବ ଉପରେ ବାଜିଲା ମୋହର

    Share on :
    ajab-Image
    Date: Apr 23, 2025    Views: 2893

    ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ । ଆଗରୁ ଯୋଗ୍ୟତା ମାଟ୍ରିକ୍ ରହୁଥିଲା । କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । 

    ଏହାସହ ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନ ହୋଇଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ ୨୪ ପଦବୀ ତିଆରି କରାଯିବ । ଅବକାରୀ କନେଷ୍ଟବଲ ଡିଭିଜନ ବଦଳ ଯାଇ ଜିଲ୍ଲା କ୍ୟାଡର କରାଯାଇଛି । ଜଳସମ୍ପଦ ବିଭାଗର ୧୦୮ କୋଟିର ବୈତରଣୀ ବାମ ଏବଂ ଡାହାଣ କେନାଲ ହେବ । ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳ ସେଚିତ ହେବ । ସ୍ୱାସ୍ଥ୍ୟ ବିଭାଗର ୧୦୮ ସେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୩୯୮ କୋଟି କ୍ୟାବିନେଟ୍ ମଞ୍ଜୁର କରିଛି । ୮୬୬ଟି ଆମ୍ବୁଲାନ୍ସ କାର୍ୟ୍ୟକ୍ରମ ଚାଲିବ ।

    ସେପଟେ ଆନ୍ତଃ ମନ୍ତ୍ରୀପରିଷଦ ବୈଠକ ଜାରି ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଭିଜନ୍ ନେଇ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।

    Maximum 500 characters

    ତାଜା ଖବର View all

    Find Us on Facebook