Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କ୍ୟାବିନେଟ: ସବୁ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ

    Share on :
    ajab-Image
    Date: Jan 23, 2025    Views: 2366

    ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ, ଅର୍ଥ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଇଲେ‌େ‌କ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଶକ୍ତି ବିଭାଗର ମୋଟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ବାରା ରାଜ୍ୟରେ ପୁଞ୍ଜିନିବେଶ ବଢିବା ସହ ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଆସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
    ରାଜ୍ୟରେ ପ୍ରତି ପଞ୍ଚାୟତରେ ଖୋଲିବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ। ରାଜ୍ୟର ମୋଟ ୬୭୯୪ଟି ପଞ୍ଚାୟତରେ ଏହା ଖୋଲାଯିବ। ଚଳିତବର୍ଷ ୧୧୪ଟି ପଞ୍ଚାୟତରେ ଏହି ବିଦ୍ୟାଳୟ ଖୋଲିବ। ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢ଼ି ପାରିବେ। ଆର୍ଥିକ ବର୍ଷ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଏହି ଆଦର୍ଶ ବିଦ୍ୟାଳୟ ଖୋଲିବ। ଏଥିପାଇଁ ୧୧, ୯୩୯.୪୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରତି ବିଦ୍ୟାଳୟ ପିଛା ମୋଟ ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ବର୍ଷ ପ୍ରଥମ ପର୍ୟ୍ୟାୟରେ ୧୧୪ଟି ପଞ୍ଚାୟତରେ ଏହି ଆଦର୍ଶ ବିଦ୍ୟାଳୟ ଖୋଲିବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତରେ ଖୋଲାଯିବ। ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାର ୫-‘ଟି’ ନାଁରେ ଉଚ୍ଚ ବିଦ୍ୟାଳୟ କାନ୍ଥରେ ରଙ୍ଗ ବୋଳି ରୂପାନ୍ତରଣ କରିଥିଲେ। ସେତେବେଳେ ଏହି ସ୍ମାର୍ଟ ସ୍କୁଲ ଯୋଜନା ଠିକ ନଥିଲା। ଯୋଜନା କାର୍ୟ୍ୟକାରୀ କରିବା ପାଇଁ ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ବ୍ୟୟବରାଦ ଆକଳନ କରାଯାଇ ନଥିଲା। ପିଲାଙ୍କ ଭବିଷ୍ୟତ ପ୍ରତି ଖେଳ ଖେଳିଥିଲେ ପୂର୍ବ ସରକାର। ତେଣୁ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରତି ପଞ୍ଚାୟତରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୋଟିଏ ଲେଖାଏଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ କାର୍ୟ୍ୟକାରୀ କରିବା ପାଇଁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook