Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କ୍ୟାବିନେଟ ଅନୁମୋଦନ , ଖୋଲିବ ୯ଟି ନୂଆ ଅବକାରୀ ଥାନା

    Share on :
    ajab-Image
    Date: Sep 23, 2022    Views: 2826

    ଭୁବନେଶ୍ୱର: ରାଜ୍ୟରେ ୯ଟି ନୂଆ ଅବକାରୀ ଥାନା, ୧୩ଟି ନୂଆ ଅବକାରୀ ରେଞ୍ଜ ଅଫିସ୍ ଓ ୪୫୭ଟି ନୂଆ ଅବକାରୀ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । 
    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଅବକାରୀ କ୍ୟାଡ଼ରର ପୁର୍ନଗଠନ ସହ ଅବକାରୀ ବିଭାଗକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ନିମନ୍ତେ ନୂଆ ଥାନା ସୃଷ୍ଟି ସହ ରେଞ୍ଜ ଅଫିସ୍ ଖୋଲିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଗୋପାଳପୁର,ଖପ୍ରାଖୋଲ, ମୋହନା,ଦାରିଙ୍ଗିବାଡ଼ି, ଯୋଡ଼ା, ହାଟଡିହି, ମୁନିଗୁଡ଼ା, କୋଇଡ଼ା ଓ ସୁକୁରୁଲିରେ ୯ଟି ନୂଆ ଅବକାରୀ ଥାନା ସମେତ ଜଳଶ୍ୱେର,ବାସୁଦେବପୁର,ସାଲେପୁର,କାମାକ୍ଷାନଗର, ଆର ଉଦୟଗିରି,ଭଞ୍ଜନଗର, ପାରାଦୀପ, ଯାଜପୁର ରୋଡ୍‌, ଭୁବନେଶ୍ୱର-୨, ନନ୍ଦପୁର, ନିମାପଡ଼ା,ରେଢ଼ାଖୋଲ ଓ ବଡ଼ଗାଁରେ ୧୩ଟି ରେଞ୍ଜ ଅଫିସ୍ ସ୍ଥାପନ ଏବଂ କଟକ,ବ୍ରହ୍ମପୁର ଓ ସମ୍ବଲପୁରଠାରେ ଇଆଇ ଓ ଇବି ୟୁନିଟ୍ ଅଧୀନରେ ୩ଟି ନୂଆ ସାଟେଲାଇଟ୍ ୟୁନିଟ୍ ଯଥାକ୍ରମେ ବାଲେଶ୍ୱର, ଜୟପୁର ଓ ରାଉରକେଲାରେ ସ୍ଥାପନ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ କରିଛନ୍ତି । ଏହାସହିତ ଅବକାରୀ ଅଧୀକ୍ଷକର ଅବକାରୀ ସିପାହୀ ପର୍ୟ୍ୟନ୍ତ ମୋଟ ପଦବୀ ସଂଖ୍ୟା ୨୧୯୭ରୁ ୨୬୫୪କୁ ବୃଦ୍ଧି, ଅବକାରୀ କମିଶନରଙ୍କ ଅଫିସରେ ମୋଟ ପଦବୀ ୩୯ରୁ ୪୯କୁ ବୃଦ୍ଧି, ଅବକାରୀ ଅମଲା କ୍ୟାଡ଼ରରେ ୫୨ରୁ ୭୨କୁ ପଦବୀ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

    Maximum 500 characters

    ତାଜା ଖବର View all

    Find Us on Facebook