Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ୫ ରାଜ୍ୟରେ ଉପନିର୍ବାଚନ,୨୬ରେ ଭୋଟ ଗଣତି

    Share on :
    ajab-Image
    Date: Jun 23, 2022    Views: 4700

    ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସମେତ ୫ଟି ରାଜ୍ୟର ଉପନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ତ୍ରିପୁରା ଏବଂ ଝାଡଖଣ୍ଡରେ ଉପନିର୍ବାଚନ ହେଉଛି । ପଞ୍ଜାବର ସଙ୍ଗରୁର, ୟୁପିର ଆଜମଗଡ ଓ ରାମପୁର ଲୋକସଭା ଆସନ ପାଇଁ ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସେହିପରି ତ୍ରିପୁରାର ଅଗରତାଲା, ଟାଉନ ବରଦୋୱାଲି, ସୁରମା ଓ ଯୁବରାଜଜନଗର, ଦିଲ୍ଲୀର ରାଜିନ୍ଦର ନଗର ଓ ଝାଡଖଣ୍ଡର ମନ୍ଦାର ବିଧାନସଭା ଆସନରେ ମତଦାନ କରୁଛନ୍ତି ମତଦାତା । କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି । ଆସନ୍ତା ୨୬ ତାରିଖରେ ସମସ୍ତ ଆସନରେ ଭୋଟ ଗଣତି ହେବ ।

    ଆଜି ସକାଳୁ ୟୁପିର ଆଜମଗଡ ଓ ରାମପୁର ଲୋକସଭା ଆସନ ପାଇଁ ଜାରି ରହିଛି ମତଦାନ । ୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଯାଏଁ ଚାଲିବ । ଆଜମଗଡରେ ମୋଟ ୧୩ ଜଣ ପ୍ରାର୍ଥୀ ଏବଂ ରାମପୁରରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ ସପା ମୁଖ୍ୟ ଅଖିଳେଶ ଯାଦବ ଏବଂ ସପା ନେତା ଆଜମ ଖାନ ବିଧାନସଭାକୁ ନିର୍ବାଚିତ ହେବା ପରେ ସେମାନେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଯାହାପରେ ଏହି ଦୁଇଟି ଲୋକସଭା ଆସନ ଖାଲି ପଡିଛି ।
    ସେହିପରି ପଞ୍ଜାବ ସଙ୍ଗରୁର ଲୋକସଭା ଆସନରେ ଉପନିର୍ବାଚନ ହେଉଛି । ବିଧାନସଭା ନିର୍ବାଚନରେ ବାଜିମାତ ପରେ ଲୋକସଭା ଆସନ ଜିତିବା ପାଇଁ ଆଶା ବାନ୍ଧିଛି ଆମ୍ ଆଦମୀ ପାର୍ଟି । ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ପୂର୍ବତନ ଧୁରୀ ବିଧାୟକ ଦଳବୀର ସିଂହ ଗୋଲ୍ଡି ନିର୍ବାଚନ ଲଢୁଛନ୍ତି । ବିଜେପି ପୂର୍ବତନ ବର୍ନାଲା ବିଧାୟକ କେୱାଲ ଧିଲୋନଙ୍କୁ ପ୍ରାର୍ଥୀ କରିଛି । ଆପ୍ ପକ୍ଷରୁ ଗୁରମେଲ ସିଂହ, ଶିରୋମଣି ଅକାଳି ଦଳ ନେତା ସିମରନଜିତ ସିଂହ ମାନ ନିର୍ବାଚନୀ ଦୌଡରେ ରହିଛନ୍ତି ।ଦିଲ୍ଲୀ ରାଜିନ୍ଦର ନଗର ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ଚାଲିଛି । କଡା ସୁରକ୍ଷା ମଧ୍ୟ ନିଜର ମତସାବ୍ୟସ୍ତ କରୁଛନ୍ତି ଭୋଟର । ଉପନିର୍ବାଚନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଆପ୍ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଶୃଙ୍ଖଳିତ ଉପନିର୍ବାଚନ ପାଇଁ ସିଏପିଏଫ ସହ ପୋଲିସ କର୍ମୀ ମୁତୟନ କରାଯାଇଛି ।

    ଝାଡଖଣ୍ଡ ମନ୍ଦାର ବିଧାନସଭା ଆସନପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟିଂ । ମୋଟ ୩.୪୫ ଲକ୍ଷ ଭୋଟର ନିଜର ମତସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧.୭୫ ଲକ୍ଷ ମହିଳା ଭୋଟର ରହିଛନ୍ତି । ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ । ମନ୍ଦାର ଆସନରେ ବିଜେପି, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋରଦାର ଚାଲିଛି । ମନ୍ଦାର ବିଧାୟକ ବନ୍ଧୁ ଟିରକେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆସନ ହରାଇବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି ।ଆଜି ତ୍ରିପୁରାର ଚାରୋଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ଅଗରତାଲା, ଟାଉନ ବରଦୋୱାଲି, ସୁରମା ଏବଂ ଯୁବରାଜନଗର ବିଧାନସଭା ଆସନ ପାଇଁ ମତସାବ୍ୟସ୍ତ କରୁଛନ୍ତି ୧,୮୯,୦୩୨ ଭୋଟର । ଚାରୋଟି ନିର୍ବାଚନ ମଣ୍ଡଳୀରେ ମୋଟ ମୋଟ ୨୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି 

    Maximum 500 characters

    ରାଜନୀତି View all

    Find Us on Facebook