Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଧାରଣାରେ ବସିବେ ରାଜ୍ୟର ହଜାର ହଜାର ବସ ମାଲିକ

    Share on :
    ajab-Image
    Date: Nov 24, 2022    Views: 3202

    ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଟ୍ରାନ୍ସପୋର୍ଟ କମିଶନରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବସ ମାଲିକ। ୧୦ ଦଫା ଦାବି ନେଇ ଧାରଣାରେ ବସିବେ ରାଜ୍ୟର ହଜାର ହଜାର ବସ ମାଲିକ।  ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବସ ମାଲିକ ସଂଘ କର୍ମକର୍ତ୍ତା।
    ସଂଘ ସାଧାରଣ ସମ୍ପାଦକଙ୍କ କହିବା କଥା, ତୃତୀୟ ପକ୍ଷକୁ ବସ ପରମିଟ ହସ୍ତାନ୍ତର, ଦିନ ସମୟରେ ସ୍ଲିପର ବସ ଚଳାଚଳ ଅନୁମତି, ମଙ୍ଗୁଳି-ସମ୍ବଲପୁର ଓ ବଲାଙ୍ଗିର-ବରଗଡ଼ ରାସ୍ତା ସ୍ଥିତିରେ ସୁଧାର ଆଣିବା ପ୍ରଭୃତି ଦାବି ପୂରଣ କରିବାକୁ ରାଜ୍ୟ ସରକାର ବାରମ୍ବାର ବସ ମାଲିକମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ନିଜ ପ୍ରତିଶ୍ରୁତି ରଖୁନାହାନ୍ତି।

    ଏଣୁ ନଭେମ୍ବର ଶେଷ ସୁଦ୍ଧା ସରକାର ବସ ମାଲିକ ସଂଘର ଦାବି ପୂରଣ ନ କଲେ ଡିସେମ୍ବର ପହିଲାରେ ଟ୍ରାନ୍ସପୋର୍ଟ କମିଶନରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଏମିତିକି ଦାବି ପୂରଣ ନହେଲେ ବସ ମାଲିକମାନେ ଚରମ ପଦକ୍ଷେପ ନେବେ।

    Maximum 500 characters

    ତାଜା ଖବର View all

    Find Us on Facebook