ମୁଖ୍ୟ ଖବର
ଭୁବନେଶ୍ୱର: ପୁଣି ଝଟକା । ରାଜ୍ୟ ସରକାର ମଙ୍ଗଳବାର ବସ ଭଡ଼ା ବୃଦ୍ଧି କରିଛନ୍ତି । ଘରୋଇ ବସ ମାଲିକ ସଂଘ ବସଭଡ଼ା ବୃଦ୍ଧି ନେଇ ଦେଇଥିବା ସମୟ ପୂର୍ବରୁ ରାଜ୍ୟ ସରକାର ଭଡ଼ା ବୃଦ୍ଧି କରିଛନ୍ତି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି କରାଯାଇଛି ।ଅର୍ଡିନାରୀ ବସ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଛି ।ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସା ବୃଦ୍ଧି ପାଇଛି ।
ସେହିପରି ଡିଲକ୍ସ ବସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସାକୁ ବୃଦ୍ଧି ପାଇଛି । ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ପାଇଛି । ଏସଟିଏ ପକ୍ଷରୁ ବସ ଭଡ଼ା ବୃଦ୍ଧି ନେଇ ମଙ୍ଗଳବାର ବିଧିବଦ୍ଧ ସୂଚନା ଜାରି କରାଯାଇଛି । ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମେ ମାସରେ ବସ୍ ଭଡ଼ା ବୃଦ୍ଧି ପାଇଥିଲା। ୨ ପଇସାରୁ ୬ ପଇସା ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା।
Comments ସମସ୍ତ ମତାମତ