Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓଲଟିଲା ତୀର୍ଥଯାତ୍ରୀ ବସ୍: ୬ ମୃତ, ୯ ଗୁରୁତର

    Share on :
    ajab-Image
    Date: Apr 15, 2026    Views: 3777

    ନୂଆଦିଲ୍ଲୀ:  ପଞ୍ଜାବର ଫତେଗଡ଼ ସାହିବରେ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି।  ଆହତମାନଙ୍କ ମଧ୍ୟରେ କିଛି ଶିଶୁ ଏବଂ ମହିଳା ଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମୋରିଣ୍ଡା ଏବଂ ଫତେଗଡ଼ ସାହିବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ସୂଚନା ଅନୁଯାୟୀ, ଫତେଗଡ଼ ସାହିବରୁ ପ୍ରାୟ ୪୦ ଜଣ ଶ୍ରଦ୍ଧାଳୁ  ବୈଶାଖୀ ମେଳା ଦେଖିବାକୁ ଯାଇଥିଲେ। ଫେରିବା ସମୟରେ, ବସ୍‌ଟି କୌଣସି ଯାନ୍ତ୍ରିକ ତ୍ରୁଟିରୁ ହଠାତ୍ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା। ଗତକାଲି ବିଳମ୍ବିତ ରାତିରେ ହିମ୍ମତପୁରା (ଭାଟେରୀ) ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ମୃତକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ସ୍ଥାନୀୟ ବିଧାୟକ ରୂପିନ୍ଦର ସିଂହ ହାପି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook