Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଖାଇକୁ ଖସିଲା ଯାତ୍ରୀବାହୀ ବସ୍,୧୪ ମୃତ

    Share on :
    ajab-Image
    Date: Jan 10, 2026    Views: 3119

    ନୂଆଦିଲ୍ଲୀ: ହିମାଚଳପ୍ରଦେଶର ସିରମୌର ଜିଲ୍ଲାରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।

    ସୂଚନା ମୁତାବକ, ଯାତ୍ରୀବାହୀ ବସ୍ଟି ଶିମ୍ଲାରୁ କୁପ୍ଭି ଯାଉଥିଲା । ସେଥିରେ ୩୫-୪୦ ଜଣ ଯାତ୍ରୀ ଥିଲେ । ତେବେ ସିରମୌର ଜିଲ୍ଲାର ହରିପୁରଧାର ଅଞ୍ଚଳରେ ଏକ ଅଣଓସାରିଆ ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ସେଥିଯୋଗୁ ବସ୍ଟି ରାସ୍ତା କଡ଼ରେ ଥିବା ୫୦୦ ଫୁଟ ଗଭୀର ଖାତକୁ ଖସି ପଡି଼ଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିରମୌର ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ବିବୃତ୍ତିରେ, ସେ ଜିଲ୍ଲା ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook