Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବସ୍‌ ଦୁର୍ଘଟଣା, ୧୬ ମୃତ

    Share on :
    ajab-Image
    Date: Mar 19, 2023    Views: 3788

    ଢାକା: ଆଜି ସକାଳେ ବାଂଲାଦେଶର ରାଜଧାନୀ ଢାକା ଅଭିମୁଖେ ଯାଉଥିବା ଗୋଟାଏ ବସ୍‌ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୩୦ଜଣ ଆହତ ହୋଇଛନ୍ତି। ଏହି ବସ୍‌ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଘଟିଛି। ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଅଗ୍ନିଶମ ସେବା ଓ ପୁଲିସ ଉଦ୍ଧାର ଅଭିଯାନ ଚଳାଇଛି। ଆଘାତର ସାଙ୍ଘାତିକତା ଆଧାରରେ ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ‘ଇମାଦ୍‌ ପରିବହନ’ ବସ୍‌ର ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‌ ବିପରୀତ ଦିଗକୁ ବୁଲିପଡ଼ି ରାସ୍ତା କଡ଼କୁ ଖସି ପଡ଼ିଥିଲା ବୋଲି କେତେକ କହୁଛନ୍ତି। ବସ୍‌ଟି ପାହାନ୍ତା ୪ଟା ବେଳେ ଖୁଲଣାର ଫୁଲତାଲା ବସ୍‌ କାଉଣ୍ଟର୍‌ରୁ ବାହାରି ଶିବବାଡ଼ି ରୟାଲ୍‌ ହୋଟେଲ୍‌ ଇଣ୍ଟର୍‌ସେକ୍ସନ୍‌ ଏବଂ ସୋନାଡଙ୍ଗା ବସ୍‌ ଷ୍ଟପ୍‌ ବାଟ ଦେଇ ୪୩ଜଣ ଯାତ୍ରୀଙ୍କୁ ଧରି ଢାକା ଅଭିମୁଖେ ଯାତ୍ରା କରୁଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook