Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରୀ କୋଠା ନିର୍ମାଣରେ ବିଲ୍ଡିଂ ପ୍ଲାନର ହେବ ଅନୁମୋଦନ

    Share on :
    ajab-Image
    Date: Mar 18, 2026    Views: 3083

    ଭୁବନେଶ୍ୱର : ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଅଗ୍ନି ଦୁର୍ଘଟଣା ପରେ ଚେତିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କରିଛନ୍ତି ରାଜ୍ୟରେ ଓ ଜିଲ୍ଲାରେ ଥିବା ବିଭିନ୍ନ ଡାକ୍ତରଖାନା ଓ ସରକାରୀ କାର୍ୟ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା । ଅଗ୍ନି ନିରାପତ୍ତା ବ୍ୟବସ୍ଥାରକୁ ଅଧିକ ସୁଦୃଢ଼ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ସିଏସ ।

    ଏସସିବରେ ବଡ଼ ଧରଣର ଅଗ୍ନିକାଣ୍ଡରେ ଅଦ୍ୟାବଧି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଘଟଣା ପାଇଁ ବ୍ୟାକଫୁଟରେ ଅଛନ୍ତି ମୋହନ ସରକାର ଓ ପ୍ରଶାସନ । ଘଟଣାର ତଦନ୍ତ ଚାଲିଥିବାବେଳେ ଚେତିଛନ୍ତି ସରକାର । ରାଜ୍ୟରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ଗୁଡିକରେ ଅଗ୍ନି ନିରାପତ୍ତା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଅଗ୍ନିଶମ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଏହାସହ ଅଗ୍ନିନିର୍ବାପକ ଉପକରଣ ଗୁଡିକ ସୁଇଚ୍ ଅଫ୍ ନକରି କାର୍ୟ୍ୟକ୍ଷମ ସ୍ଥିତିରେ ରଖାଯିବାକୁ ପରାମର୍ଶ ଦିଆଯାଇଛି ।
    ନିୟମିତ ଭାବେ ଉପକରଣଗୁଡିକୁ ଯାଂଚ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ଆବଶ୍ୟକ ସ୍ଥଳେ ତୃତୀୟ ପକ୍ଷ ଅଡିଟ କରାଯିବା ନେଇ ପରାମର୍ଶ ଦିଆଯାଇଛି । ଜିଲ୍ଲା ସ୍ତରରେ ଅଗ୍ନି ନିରାପତ୍ତା ସଂପର୍କିତ ମକ ଡ୍ରିଲ ଅଧିକରୁ ଅଧିକ ଆୟୋଜନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, "ଜୀବନ ରକ୍ଷା ସବୁଠାରୁ ମୂଲ୍ୟବାନ । ଶିଳ୍ପ, ଭିତ୍ତିଭୂମି ଓ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପ କାର୍ୟ୍ୟ କରିବାକୁ ଯେପରି ଆମେ ଗୁରୁତ୍ୱ ଦେଉଛୁ, ସେହିଭଳି ଅଗ୍ନି ନିରାପତ୍ତାକୁ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏହାକୁ ଗୁରୁତ୍ୱ ଦେଇ ସଂପୃକ୍ତ ସମସ୍ତ ବିଭାଗ, ଅଗ୍ନିଶମ ସେବା ଓ ଜିଲ୍ଲାପାଳମାନେ ସର୍ବଦା ପ୍ରସ୍ତୁତିକୁ ଅଗ୍ରାଧିକାର ଦେବା ଓ ସମ୍ଭାବ୍ୟ ବିପର୍ୟ୍ୟୟ ପ୍ରତି ସବୁବେଳେ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

    ବୈଠକରେ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂ, ଅଗ୍ନିଶମ ସେବା ଡିଜି ଡା. ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଛନ୍ତି । ଜିଲ୍ଲାପାଳମାନେ ଭିସି ଜରିଆରେ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook