Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨ ନୂଆ ସରକାରୀ ଇଞ୍ଜିନିୟରିଂ ଓ ୫ ମେଡିକାଲ କଲେଜ ଘୋଷଣା

    Share on :
    ajab-Image
    Date: Feb 21, 2026    Views: 3101

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ମୋଟ ୩ ଲକ୍ଷ ୧୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି।ବଜେଟ୍ ଉପସ୍ଥାପନ ବେଳେ ସେ ରାଜ୍ୟରେ ଆଉ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ତା’ସହିତ ୫ଟି ନୂଆ ମେଡିକାଲ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ମଧ୍ୟରୁ ଗୋଟିଏ ପାରାଦ୍ୱୀପରେ ଓ ଅନ୍ୟଟି ବଲାଙ୍ଗିରରେ ପ୍ରତିଷ୍ଠା କରାଯିବ। ସେହିଭଳି ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।୫ ନୂଆ ମେଡିକାଲ କଲେଜ ମଧ୍ୟରୁ ୩ଟି ଆୟୁର୍ବେଦିକ ମେଡିକାଲ କଲେଜ ଓ ୨ଟି ହୋମିଓପାଥି କଲେଜ। ଗଜପତି, ମାଲକାନଗିରି, ରାୟଗଡ଼ାରେ ଖୋଲିବ ଆୟୁର୍ବେଦିକ ମେଡିକାଲ କଲେଜ। ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ। ଏହି ୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ବ୍ୟୟବରାଦ କରାଯାଇଛି। 
    ସେହିପରି ବଜେଟରେ ୫ଟି ନୂଆ ବର୍ଣ୍ଣ ୟୁନିଟ୍ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଏହି ବର୍ଣ୍ଣ ୟୁନିଟ। ୫ଟି ନୂଆ ବର୍ଣ୍ଣ ୟୁନିଟ୍ ପାଇଁ ୨୦୦ କୋଟି ବ୍ୟୟବରାଦ କରାଯାଇଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook