Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରତିଷ୍ଠା ହେବ ୪ ନୂଆ ବିଶ୍ୱବିଦ୍ୟାଳୟ

    Share on :
    ajab-Image
    Date: Feb 21, 2026    Views: 2759

    ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ନୂଆ ବିଶ୍ୱବିଦ୍ୟାଳୟ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ଏହି ସବୁ ବିଶ୍ୱବିଦ୍ୟାଳୟ। NEP-୨୦୨୦ ଅନୁଯାୟୀ ଏଠାରେ ସ୍ନାତକୋତ୍ତର ଶିକ୍ଷାଦାନ ଦିଆଯିବ। ଆଜି ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 
    ସେହିଭଳି ପିପିଲିରେ ଚାନ୍ଦୁଆ ବଜାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପିପିଲି ଟୋଲ୍ ପ୍ଲାଜା ନିକଟରେ ନିର୍ମାଣ ହେବ। ପୁରୁଣା ହସ୍ତଶିଳ୍ପକୁ ବିକଶିତ କରିବ ପିପିଲି ଚାନ୍ଦୁଆ ବଜାର। ସେହିପରି ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ବାରିୟମ। ବଜେଟ୍ ଉପସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରିଛନ୍ତି। ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ କରିବା ପାଇଁ ଏହି ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ। ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook