Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୃଷି ବଜେଟ୍ ୭% ବଢ଼ିଲା, ମିଳିଲା ୧.୬୩ ଲକ୍ଷ କୋଟି ଟଙ୍କା

    Share on :
    ajab-Image
    Date: Feb 2, 2026    Views: 3607

    ନୂଆଦିଲ୍ଲୀ : ଏଥର ବଜେଟ୍‌ରେ କେନ୍ଦ୍ର ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଲାଗି ୧.୬୩ ଲକ୍ଷ କୋଟି ଟଙ୍କା (୧,୬୨,୬୭୧ କୋଟି ଟଙ୍କା) ବ୍ୟୟବରାଦ ରଖିଛନ୍ତି । ପୂର୍ବ ଅର୍ଥାତ ୨୦୨୫-୨୬ର ସଂଶୋଧିତ ବରାଦ ୧,୫୧,୮୫୩ କୋଟି ଟଙ୍କା ତୁଳନାରେ ଏହା ୭% ଅଧିକ । ଚାଷୀଙ୍କ ହିତ, ଖାଦ୍ୟ ସୁରକ୍ଷା ଏବଂ ଗ୍ରାମୀଣ ଜୀବିକାକୁ ନିରନ୍ତର ଫୋକସ ସ୍ୱରୂପ ବ୍ୟୟବରାଦ ବୃଦ୍ଧି ପାଇଛି । ୨୦୧୩-୧୪ରେ କୃଷି ମନ୍ତ୍ରଣାଳୟର ବଜେଟ୍ ପ୍ରାୟ ୨୧,୯୩୪ କୋଟି ଟଙ୍କା ରହିଥିଲା । ୨୦୨୫-୨୬ରେ ଏହା ବଢ଼ି ୧,୫୧,୮୫୩ କୋଟି ଟଙ୍କା ଛୁଇଁଥିଲା ।

    ଆର୍ନଷ୍ଟ ଆଣ୍ଡ ୟଙ୍ଗ୍ ଇଣ୍ଡିଆର ପାର୍ଟନର ତଥା ଲିଡର (ସାମାଜିକ ଓ ଦକ୍ଷତା କ୍ଷେତ୍ର) ଅମିତ ବାତ୍ସଲ୍ୟନ କହିଛନ୍ତି, ବଜେଟ୍‌ରେ ଆବଣ୍ଟନ-ଆଧାରିତ ଖର୍ଚ୍ଚଠାରୁ ଊଦ୍ଧ୍ୱର୍କୁ ଉଠି ଦ୍ରୁତ ସଂସ୍କାର ଆଣିବା ଉପରେ ଜୋର ଦିଆଯାଇଛି । ଢାଞ୍ଚାଗତ ଅଭାବବୋଧକୁ ଦୂର କରିବା ଏବଂ ସଙ୍କଟମୟ ବୈଶ୍ୱିକ ବାତାବରଣରେ ଭାରତର ରପ୍ତାନି ପ୍ରତିସ୍ପର୍ଦ୍ଧାକୁ ସୁଦୃଢ଼ କରିବା ଏହି କୃଷି ବଜେଟ୍‌ରେ ଲକ୍ଷ୍ୟ । ବିଶେଷକରି ନଡ଼ିଆ, କାଜୁ ଓ ଅଖରୋଟ ଭଳି ଅଧିକ ଦାମୀ ଫସଲଗୁଡ଼ିକ ଉପରେ ଗୁରୁତ୍ୱ ଦେବା ଏକ ଦୂରଦର୍ଶୀ ବିବିଧ ରଣନୀତିର ସଙ୍କେତ ଦେଉଛି । ଏଥିରେ ଭଲ ରୋଜଗାରର ସମ୍ଭାବନା ରହିଛି । ଏମିତି କି ଗୁଣବତ୍ତା, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ମୂଲ୍ୟ ଶୃଙ୍ଖଳରେ ସଂସ୍କାର ଦିଗକୁ ବି ଗୁରୁତ୍ୱ ଦିଆଯାଇଛି ।

    କୃଷି ବଜେଟ୍‌ରେ ଅନେକ ଯୋଜନା ଓ ପଦକ୍ଷେପ ସାମିଲ ରହିଛି, ଯାହାର ଲକ୍ଷ୍ୟ କୃଷି ଉତ୍ପାଦନକୁ ବଢ଼ାଇବା, ଚାଷୀଙ୍କ ଆୟ ଦୁଇଗୁଣା କରିବା, ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ମଜଭୁତି ଦେବା ଏବଂ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା । ଏଥିରେ ପିଏମ୍-କିଷାନରେ ଚାଷୀଙ୍କୁ ଆୟ ସହଯୋଗ ଭଳି ପ୍ରମୁଖ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଫସଲ ବୀମା ଯୋଜନା, ମୁଖ୍ୟ ସାମଗ୍ରୀ ନିମନ୍ତେ ମୂଲ୍ୟ ସମର୍ଥିତ ବ୍ୟବସ୍ଥା ଏବଂ ଜଳସେଚନ, ଭଣ୍ଡାରଣ ଓ ଯୋଗାଣ ଶୃଙ୍ଖଳ ଭିତ୍ତିଭୂମିରେ ନିବେଶ ଆଦି ଅନ୍ତର୍ଭୁକ୍ତ । ପୂର୍ବରୁ ସରକାର କୃଷିକୁ ବିକାଶର ଇଞ୍ଜିନ ଦର୍ଶାଇଥିଲେ । ବଜେଟ୍‌ର ପ୍ରାଥମିକତାଗୁଡ଼ିକୁ ଫସଲ ଉତ୍ପାଦକତା, ଗ୍ରାମୀଣ ନମନୀୟତା, ପଶୁପାଳନ, ଦୁଗ୍ଧ ଚାଷ ଏବଂ ମତ୍ସ୍ୟ ପାଳନ ଭଳି କ୍ଷେତ୍ର ସହ ଯୋଡ଼ିଥିଲେ । ସଦ୍ୟ ଘଟଣାରେ କୃଷି ଗବେଷଣା, ନୂଆ ପ୍ରଯୁକ୍ତି ଆପଣାଇବା ଏବଂ ଜଳବାୟୁ ଅନୁକୂଳ ଚାଷ ଉପାୟକୁ ଉନ୍ନତ ବନାଇବାର ଉଦ୍ଦେଶ୍ୟ ଦ୍ୱାରା ମିଶନ-ଆଧାରିତ କାର୍ଯ୍ୟକ୍ରମଗୁଡ଼ିକୁ ସାମିଲ କରିବା ପାଇଁ ଗୁରୁତ୍ୱ ବଢ଼ିଛି । ମୋଟାମୋଟି ଭାବେ ଏହି କୃଷି ବଜେଟ୍‌ରେ ଦୁଗ୍ଧ, କୁକୁଡ଼ା, ମତ୍ସ୍ୟଚାଷ ଏବଂ ଏମ୍‌ଏସ୍‌ଏମ୍‌ଇ ଭଳି କୃଷି କ୍ଷେତ୍ରଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ‘ବିକଶିତ ଭାରତ’ ଏବଂ ‘ଆତ୍ମନିର୍ଭର ଭାରତ’ ମିଶନ ଦିଗରେ ଏହି ବଜେଟ୍ କେନ୍ଦ୍ରିତ ରହିଥିବା କୁହାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook