Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚଳିତ ବଜେଟ ହେଉଛି ବିକଶିତ ଭାରତର ରୋଡମ୍ୟାପ: ମନମୋହନ ସାମଲ

    Share on :
    ajab-Image
    Date: Feb 2, 2026    Views: 2465

    ଭୁବନେଶ୍ୱର,: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ  ନିର୍ମଳା ସିଥାରମଣଙ୍କ ଦ୍ୱାରା ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍‌ରେ ଚାଷୀ, ମହିଳା, ଯୁବବର୍ଗ, ବେତନଭୋଗୀ, ମଧ୍ୟବିତ, ବ୍ୟବସାୟ, ଏମ୍‌ଏସ୍‌ଏମ୍‌ଇ, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି, ଶିକ୍ଷା, ପ୍ରତିରକ୍ଷା ପରି ସବୁ କ୍ଷେତ୍ରକୁ ଗୁରୁ୍‌ତ୍ୱ ଦିଆଯାଇଛି । ଦେଶର ପ୍ରତ୍ୟେକ କୋଣରେ ବିକାଶର ନୂତନ ଆଶାର କିରଣ ଉଜ୍ଜୀବିତ କରିଛି । ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତମ୍ ଅର୍ଥନୀତି ପାଲଟିଥିବାବେଳେ ତୃତୀୟ ବୃହତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ବଜେଟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ, ନୂତନ ଯୋଜନାକୁ ମଂଜୁରି ମିଳିଛି । ବଜେଟରେ ଆର‌୍ୟୁବେଦଠାରୁ ଆରମ୍ଭ କରି ଏଆଇ ଟେକ୍ନୋଲୋଜିକୁ ଗୁରୁୁତ୍ୱ ଦିଆଯାଇଛି । ଗତ ୧୨ ବର୍ଷ ମଧ୍ୟରେ ମାନନୀୟ ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁ ସାରା ବିଶ୍ୱରେ ଅସ୍ଥିରତା ଥିଲାବେଳେ ଭାରତର ଅଭିବୃଦ୍ଧି ବଢ଼ିଚାଲିଛି । ୨୦୪୭ ବିକଶିତ ଭାରତ ଗଠନ କରିବା ପାଇଁ ଏହା ଏକ ଶ୍ରେଷ୍ଠ ରୋଡମ୍ୟାପ ହେବା ସହିତ ସବୁବର୍ଗର ଆଶା ପୂରଣ କରିପାରିବାରେ ସକ୍ଷମ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । 

    ଶ୍ରୀ ସାମଲ କହିଛନ୍ତି ଯେ, ଚଳିତ ବଜେଟ୍‌ରେ ଭିତିଭୁମି ନିର୍ମାଣ ପାଇଁ ବ୍ୟୟ ବରାଦ ୧୨ଲକ୍ଷ କୋଟି ଟପିଥିଲାବେଳେ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ବଢିଛି । ପୂର୍ବରୁ ଚାଲୁଥିବା ଗୋଟିଏ ବି ଯୋଜନା ବନ୍ଦ ହୋଇନାହିଁ । ବିଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଭାରତର ଅର୍ଥନୀତି ସ୍ଥିର ଅଭିବୃଦ୍ଧି ଏବଂ ନିମ୍ନ ମୁଦ୍ରାସ୍ପୀତି ସହିତ ନିରନ୍ତର ଭାବେ ବୃଦ୍ଧି ପାଇଛି । ନିଯୁକ୍ତି ସୃଷ୍ଟି, ଉତ୍ପାଦକତା ବୃଦ୍ଧି ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର ବ୍ୟାପକ ଅର୍ଥନୈତିକ ସଂସ୍କାର ଗ୍ରହଣ କରିଛନ୍ତି । ବଜେଟରେ ବିଭିନ୍ନ ସାମଗ୍ରୀକୁ ଶସ୍ତା କରିବା ସହ ଆୟକର ସ୍ଲାବ ଅପରବର୍ତୀତ ରଖିାଯାଇଛି ଯାହା ସାଧାରଣ ବର୍ଗକୁ ଆଶ୍ୱସ୍ତ କରିଛି । 
    ଶ୍ରୀ ସାମଲ କହିଛନ୍ତି ଯେ, ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରାଥମିକତା ଦିଆଯାଇଛି । ଜାତୀୟ ଜଳମାର୍ଗ ଯୋଜନାରେ ଆଗାମୀ ୫ ବର୍ଷରେ ୨୦ଟି ନୂତନ ଜଳପଥ ନିର୍ମାଣ କରାଯିବ ଯାହା ଓଡିଶାରୁ ଆରମ୍ଭ ହେବ । ଖଣିଜ ପଦାର୍ଥରେ ଭରପୂର ତାଳଚେର ଓ ଅନୁଗୋଳ, କଳିଙ୍ଗନଗରରୁ ପାରାଦୀପ ବନ୍ଦର ସହ ସଂଯୋଗ କରିବା ପାଇଁ ଓଡ଼ିଶାରେ ଜାତୀୟ ଜଳପଥ ନିର୍ମାଣ ହେବ ଯାହା ଆଗାମୀ ଦିନରେ ଓଡିଶାରେ ଶିଳ୍ପାୟନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିବ । ଓଡ଼ିଶାରେ ବିରଳ ଖଣିଜ କରିଡର କରିବାକୁ ଘୋଷଣା କରାଇଛନ୍ତି । ଏହାଦ୍ୱାରା ତ୍ତତ୍ପାଦନ ବୃଦ୍ଧି ପାଇବା ସହ ରାଜ୍ୟରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ରାଜ୍ୟରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ହେବ । ଏହା ପରିବେଶ ସଂରକ୍ଷଣ ଓ ଇକୋ-ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବ । ପୂର୍ବ ଭାରତରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ୍ ପ୍ରତିଷ୍ଠା ରାଜ୍ୟର ଅଭିବୃଦ୍ଧିକୁ ଗତି ଦେବ ।  ଉପକୂଳବର୍ତୀ ଅଂଚଳରେ ନଡ଼ିଆ, କାଜୁ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ଓଡିଶାର ଚାଷୀଙ୍କ ପାଇଁ ଖୁସି ଖବର । ଟାୟାର-୨, ଟାୟାର-୩ ସହର ପାଇଁ ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେବା ଓଡିଶାର ପ୍ରମୁଖ ୭ଟି ସହର ପାଇଁ ଅର୍ଥ ମିଳିବାର ସୁଯୋଗ ସୃଷ୍ଟି କରିଛି । 
    ଏହି ବଜେଟ ଦେଶ ଓ ରାଜ୍ୟର ସର୍ବଙ୍ଗୀନ ଉନ୍ନତି ପାଇଁ ମୂଳଦୂଆ ପକାଇବା ସହ ସାମଗ୍ରିକ ବିକାଶ କରିବ ବୋଲି ଶ୍ରୀ ସାମଲ କହିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । 
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook