ମୁଖ୍ୟ ଖବର
ଭୁବନେଶ୍ୱର: ୨୦୨୬-୨୭ ଆଗତ ବଜେଟକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଭବନ ଠାରେ ଏକ ପ୍ରେସ ବିବୃତିରେ ନିଜ ମତାମତ ଉପସ୍ଥାପନା କରି କହିଥିଲେ ଯେ, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଆଗତ ବଜେଟ ସମ୍ପୂର୍ଣ ଦିଗହୀନ ଏବଂ ଭ୍ରମକ୍ଷତ୍ମକ । ଏହି ବଜେଟ କୃଷକ ଯୁବକ,ଗରିବ ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ କାହାକୁ ଖୁସି କରିପାରିନାହିଁ କ୍ଷ ଯୁବକ ମାନଙ୍କ ପାଇଁ କର୍ମ ନିଯୁକ୍ତିର କୌଣସି ଯୋଜନା ନାହିଁ । ପୂର୍ଵ ବଜେଟ ଅନୁସାରେ ସରକାର ଏକଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିପକ୍ଷରି ନାହାନ୍ତି । ୨୦୨୪-୨୫ ପର୍ୟ୍ୟନ୍ତ ଦେଶ ଉପରେ ୧୯୦ ଲକ୍ଷ କୋଟି ହେକ୍ଷଇଯାଇଛି ଯାହାUPA ସମୟରେ ୫୫ ଲକ୍ଷ କୋଟି ଥିଲା କ୍ଷ ଏଇ ୧୨ ବର୍ଷରେ ସରକାର ୧୩୫ ଲକ୍ଷ କୋଟି ଅଧିକ ଋଣ କରିସାରିଲେଣି । ଅଧିକନ୍ତୁ ୨୦୨୬-୨୭ ବେଳକୁ ପୁଣି ୧୭.୨ ଲକ୍ଷ କୋଟି ଋଣ କରିବେ କ୍ଷ ଟଚଇ ସମୟରେ ଥିବା ଘରୋଇ ସଂଚୟ ୭.୪ % ଖସିଆସି ୫.୩% ହୋଇଯାଇଛି । ଶିକ୍ଷିତ ଯୁବକ ମାନଙ୍କ ବେକାରି ସମସ୍ୟା ଅତି ଉତ୍କଟ କ୍ଷ ଶିକ୍ଷିତ ଗ୍ରାଜୁଏଟ ମାନଙ୍କ ବେକାରୀହାର ୨୬.୩ % ପହଁଚିଛି । ଉପାର୍ଜନ ଅସମତାରେ ଆମ ଦେଶ ବର୍ତମାନ ଶୀର୍ଷରେ ଅଛି ଏହାକୁ ରୋକିବା ପାଇଁ ସରକାରଙ୍କ କୋଣସି ଯୋଜନକ୍ଷ ନାହିଁ । ଓଡିଶା କେନ୍ଦ୍ର ରାଜସ୍ବ ଆଦାୟର କୋଣସି ଭାଗ ପାଇବାର ବ୍ୟବସ୍ଥା ନାହିଁ । ବଜେଟରେ ଘୋଷଣା ହୋଇଥିବା କେନ୍ଦୁଝର, ପାରାଦ୍ୱୀପ ଆନ୍ତଃଜଳ ଗମନାଗମନ ଏକ ଧୂଆଁ ବାଣ ଛଡା କିଛି ନୁହଁ କାରଣ ବାଜପେୟୀଙ୍କ ସରକାର ମଧ୍ୟ ଏହି ମହତ୍ୱକାଂକ୍ଷୀ ଯୋଜନାର ଘୋଷଣା କରିଥିଲେ କିନ୍ତୁ ଆଜି ପର୍ୟ୍ୟନ୍ତ ଏହା ସ୍ବପ୍ନ ହୋଇ ରହିଯାଇଛି । ସରକାର ପ୍ରଥମେ ଭୀଷଣ ଭାବରେ ପ୍ରଦୂଷିତ ହେଉଥିବା ମହାନଦୀ ଓ ବୈତରଣୀ ନଦୀକୁ ରକ୍ଷା କରନ୍ତୁ । ଇଷ୍ଟ କୋଷ୍ଟ ଫ୍ରାଇଟ କରିଡର ତିଆରି ହେବାର ଯୋଜନା ଅଛି କ୍ଷ ବହୁତ ସୁନ୍ଦର ପଦକ୍ଷେପ ତେବେ ସରକାର ସ୍ପଷ୍ଟ କରନ୍ତୁ ଏହା ତାଙ୍କ ବନ୍ଧୁ ଅମ୍ବାନୀ, ଅଦାନୀ, ଆଦି ଶିଳ୍ପପତିଙ୍କ ସ୍ୱାର୍ଥ ପାଇଁ ନୁହେଁ ତ? ୭ ଗୋଟି ସ୍ପୀଡ଼ ରେଲ କରିଡର ଘୋଷଣା ହେଇଛି କିନ୍ତୁ ଏଥିରେ ଓଡିଶାର ନାମ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।
ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ଯେ, ଆମ ନେତା ମାନନୀୟ ରାହୁଲ ଗାନ୍ଧୀ ଏହି ବଜେଟ ଯୁବକ ମାନଙ୍କ ପାଇଁ ନିରୁତ୍ସାହିତ ବଜେଟ ବୋଲି ଘୋଷଣା କରି ସାରିଲେଣି । ଓଡ଼ିଶାରେ କୌଣସି ସରକାରୀ ଚାକିରୀ ପାଇଁ ପରୀକ୍ଷା ସରକାର କରି ପାରି ନାହାନ୍ତି କ୍ଷ କଣ୍ଟ୍ରାକଚୁଆଲ ଭିତ୍ତିରେ ଚାକିରୀ ଦେଉଛନ୍ତି ଏଭଳି ସ୍ଥଳେ ଯୁବକ ମାନଙ୍କ ପାଇଁ ଏହି ବଜେଟ କେମିତି ଖୁସି ଆଣିବ କୁହନ୍ତୁ । ଶ୍ରୀ ଦାସ ପୁଣି କହିଲେ, ପ୍ରଦେଶ କଂଗ୍ରେସ କମିଟି ଏହି ବଜେଟକୁ ନିନ୍ଦା କରୁଛି ଏବଂ ଓଡିଶା ପାଇଁ ଅଧିକରୁ ଅଧିକ ପାଣ୍ଠି ଯୋଗେଇବାକୁ ଦାବୀ କରୁଛି ।
Comments ସମସ୍ତ ମତାମତ