ମୁଖ୍ୟ ଖବର
ନୂଆଦିଲ୍ଲୀ: ସରିଲା ଅପେକ୍ଷା, ଖୋଲିଲା ପେଡ଼ି । ଆସିଛି କେନ୍ଦ୍ରୀୟ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।
ଏଣିକି ଶସ୍ତା ହେବ ବିଦେଶ ଯାତ୍ରା । କାରଣ ଟିସିଏସ ୨ ପ୍ରତିଶତ ହ୍ରାସ ନେଇ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ବିଦେଶରେ ଶିକ୍ଷା ଓ ମେଡିକାଲ କ୍ଷେତ୍ରରେ ଟିସିଏସ ହ୍ରାସ କରାଯାଇଛି । ୫ ପ୍ରତିଶତରୁ ୨ ପ୍ରତିଶତକୁ ଟିସିଏସ ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
Comments ସମସ୍ତ ମତାମତ