Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୭ ହାଇସ୍ପିଡ ରେଲୱେ କରିଡର

    Share on :
    ajab-Image
    Date: Feb 1, 2026    Views: 3077

    ନୂଆଦିଲ୍ଲୀ: ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦୀ ସରକାରରେ ନିର୍ମଳାଙ୍କର ଏହା ନବମ ବଜେଟ ଉପସ୍ଥାପନ । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ ବୋଲି ନିର୍ମଳା କହିଛନ୍ତି । ବିଗତ ୧୧ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବର୍ଷ ବଜେଟ ଯୁବଶକ୍ତି ବଜେଟ ହେବାକୁ ଯାଉଛି, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି ।

    ନିର୍ମଳା କହିଛନ୍ତି ଯେ ଦେଶରେ ୭ଟି ହାଇସ୍ପିଡ ରେଲୱେ କରିଡର ନିର୍ମାଣ କରାଯିବ । ସେଗୁଡ଼ିକ ହେଉଛି ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁଣେ, ବେଙ୍ଗାଲୁରୁ -ଚେନ୍ନାଇ, ପୁନେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ । ୫ ବର୍ଷରେ ୨୦ ନୂଆ ରାଜପଥ ନିର୍ମାଣ କରାଯିବ ବୋଲି ନିର୍ମାଳା ସୀତାରମଣ ଘୋଷଣା କରିଛନ୍ତି । 

    ନିର୍ମଳା କହିଛନ୍ତି ଯେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍ ସବ୍‌କା ବିକାଶ, ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦେଉଛି । ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ, ଏବଂ ବଜେଟ୍‌ ଉପସ୍ଥାପନ ପାଇଁ ରାଷ୍ଟ୍ରପତି ତାଙ୍କୁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook