Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସାଧାରଣ ବଜେଟ୍ ୨୦୨୬: ମହିଳାଙ୍କୁ ମିଳିପାରେ ଫୋକସ

    Share on :
    ajab-Image
    Date: Jan 7, 2026    Views: 3223

    ନୂଆଦିଲ୍ଲୀ: ଫେବ୍ରୁଆରି ପହିଲାରେ ଆସିବାକୁ ଯାଉଛି ସାଧାରଣ ବଜେଟ୍ ୨୦୨୬ । ଏଥିରେ କେନ୍ଦ୍ର ସରକାର ମହିଳା କୈନ୍ଦ୍ରିକ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଫୋକସ କରିପାରନ୍ତି । ଜନଧନ ଆକାଉଣ୍ଟରେ ମହିଳାଙ୍କୁ ଋଣ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ବୀମା ସୁବିଧା ଉପରେ ସରକାରଙ୍କ ଧ୍ୟାନ ରହିପାରେ । ସମାବେଶୀ ଆର୍ଥିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ ଅଧିନରେ ଏସବୁ ପଦକ୍ଷେପ ଆସିବାର ଢ଼େର ସମ୍ଭାବନା ରହିଛି । ସେହିଭଳି ସରକାର ଜନ ସୁରକ୍ଷା ସ୍କିମ ପରିସରକୁ ବୃଦ୍ଧି କରିବା ଏବଂ ବୀମା ନେଇଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବୀମା କଭର ବୃଦ୍ଧି କରିବା ଉପରେ ମଧ୍ୟ ବିକଳ୍ପ ପ୍ରଦାନ ନେଇ ବିଚାର କରାଯିବ । ଏ ନେଇ ଅଂଶୀଦାରଙ୍କ ମତାମତ ସଂଗ୍ରହ କରିବେ ସରକାର ।

    ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ଏ କ୍ଷେତ୍ରରେ ମହିଳାଙ୍କ ଲାଗି ସରକାର ସ୍ୱତନ୍ତ୍ର କ୍ରେଡିଟ କାର୍ଡ, ଋଣ ଅଫରିଂ ଏବଂ ବୀମା ଉତ୍ପାଦ ଆଣିବେ । ବଜେଟରେ ଏସବୁ ପଦକ୍ଷେପ ଘୋଷଣା ହେବ । ପୂର୍ବରୁ ସରକାର ଗ୍ରାମୀଣ କ୍ରେଡିଟ ସ୍କୋର ଏବଂ ପ୍ରଥମ ପିଢ଼ୀ ଉଦ୍ୟୋଗୀଙ୍କ ଲାଗି ଋଣ ସହାୟତା ଘୋଷଣା କରିଥିଲେ । ବର୍ତ୍ତମାନ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍‌ଜି) ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କ ଋଣ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଉଛି । ସାମାଜିକ ସୁରକ୍ଷା ଆଧାରିତ ବିତ୍ତୀୟ ଉତ୍ପାଦ ଗୁଡ଼ିକର ଦୃଢ଼ୀକରଣ ଉପରେ ପ୍ରସ୍ତାବ ଗୁଡ଼ିକ ଅଣାଯାଉଛି । ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ମଧ୍ୟ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ତର୍ଜମା କରୁଛି ।

    ଅଚଳ ଆକାଉଣ୍ଟ ଗୁଡ଼ିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଉପରେ ଫୋକସ ରହିଛି । ଏସବୁ ଆକାଉଣ୍ଟ ଗୁଡ଼ିକ ଜାରି ରହିଲେ ଋଣ ଏବଂ ବୀମା ସୁବିଧା ପ୍ରଦାନରେ ସହାୟକ ହେବ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଦେଶକୁ ଡିଜିଟାଲ ଅର୍ଥନୀତି କରିବାକୁ ସମାବେଶୀ ଋଣ ଯୋଗାଣ ଏବଂ ଜନଧନ ଆକାଉଣ୍ଟ ଗୁଡ଼ିକରେ ଆର୍ôଥକ ସଚେତନତା ବୃଦ୍ଧି ହେବା ଆବଶ୍ୟକ । ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ଆଧାରରେ ଜନଧନ ଯୋଜନାର ଦୀର୍ଘମିଆଦୀ ଯୋଗଦାନକୁ ନଜରରେ ରଖି ନୀତି ଆୟୋଗ ଏହାର ତଜର୍ମା କରୁଛି । ସେହିଭଳି ବଜେଟରେ ଅଣିଦାବୀଦାର ଜମା ଗୁଡ଼ିକୁ ଲୋକଙ୍କୁ ଫେରାଇବା, ବୀମା ଦାବି ସମାଧାନ ଏବଂ ନିୟାମକ ଧାରାକୁ ଦୃଢ଼ କରିବା ଭଳି ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ଉପରେ ମଧ୍ୟ ସରକାରଙ୍କ ନଜର ରହିବ ବୋଲି ଆଶା କରାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook