Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବିକଶିତ ଭାରତ ପାଇଁ ବଜେଟ: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Feb 1, 2025    Views: 2700

    ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟକୁ ବିକଶିତ ଭାରତ ପାଇଁ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଏହି ବଜେଟରେ ମହିଳା ଉଦ୍ୟୋଗୀଙ୍କୁ ପାଇଁ ନୂତନ ସୁଯୋଗ ସହ ଆତ୍ମନିର୍ଭର କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଛି। ମୋଟ ୫ ଲକ୍ଷ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ମହିଳା ଉଦ୍ୟୋଗୀଙ୍କୁ ଆଗାମୀ ୫ ବର୍ଷରେ ୨ କୋଟି ପର୍ୟ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କୃଷି ଏବଂ କୃଷକଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ଆରମ୍ଭ ହେବ 'ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା'। ଦେଶର ମୋଟ ୧୦୦ଟି ଖାଇବା ତେଲରେ ଭାରତକୁ ଆତ୍ମନିର୍ଭର କରିବା ନିମନ୍ତେ ଆରମ୍ଭ ହେବ ୬ ବର୍ଷିଆ ସ୍ଵତନ୍ତ୍ର ଯୋଜନା।
    ଦେଶରେ ଏମଏସଏମଇ ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି ଓ ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ୍ କରାଯାଇଛି। ଏହି କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଯାହାଦ୍ବାରା ଯୁବବର୍ଗ ଅଧିକ ନିଯୁକ୍ତି ପାଇବେ।

    Maximum 500 characters

    ଘରକରଣ View all

    Find Us on Facebook