Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଟୋ ଏକ୍ସପୋ

ମୁଖ୍ୟ ଖବର

    ବଜେଟ: ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

    Share on :
    ajab-Image
    Date: Feb 1, 2025    Views: 3346

    ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଆୟକର ଛାଡ଼ ନେଇ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ନେଇ ଘୋଷଣା କରିଛନ୍ତି । କ୍ୟାପିଟାଲ ଗେନ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ନେଇ ଘୋଷଣା କରାଯାଇଛି । କ୍ୟାପିଟାଲ ଗେନ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି । ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ ଟିକସ ରହିଛି । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଟିକସ ରହିଛି । ୨୪ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ ପ୍ରତିଶତ ରହିଛି । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ ।୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଟଙ୍କା ବଞ୍ଚିବ ।

    Maximum 500 characters

    ଅଟୋ ଏକ୍ସପୋ View all

    Find Us on Facebook